(ବିପ୍ଲବୀ ପରିକ୍ରମା ବ୍ୟୁରୋ); ଓଡ଼ିଆ ଭାଷା ସାହିତ୍ୟ କଳା ସଂସ୍କୃତି ପ୍ରାଣ ସତୀଶ ପାତ୍ର ଙ୍କ ବିୟୋଗରେ ଫଲଗୁ ସାହିତ୍ୟ ସଂସଦ ର ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ମୁଖ୍ୟ ମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଖୁବ୍ ପ୍ରିୟ ମଣିଷ ଥିଲେ ଯାହାର ପ୍ରମାଣ ୧୯୯୨ ରେ ଗୋପାଳପୁର ବନ୍ଦରରେ ନୌବାଣିଜ୍ୟ ପରମ୍ପରା କୁ ନେଇ ଯେତେବେଳେ ତପୋଇ ଉତ୍ସବ ପାଳନ ହୋଇଥିଲା ।ବ୍ରହ୍ମପୁର ସହର ର ଛାତ୍ର ଛାତ୍ରୀ ଙ୍କୁ ନେଇ ଏହି ନାଟକ ପରିବେଷଣ ହୋଇଥିଲା। ବିଜୁ ବାବୁ ଏହି ନାଟକ ପରିବେଷଣ ସମୟ ରେ ଉପସ୍ଥିତ ରହି ଉପଭୋଗ କରି ଥିଲେ। ସବୁ କଳାକାର ଙ୍କୁ ବିଜୁ ବାବୁ ଶହେ ଶହେ ଟଙ୍କା ଦେଈ ଉତ୍ସାହିତ କରି ଆଶୀର୍ବାଦ ଦେଇଥିଲେ।ନିର୍ଦ୍ଦେଶନା ଓ ନାଟକ ଟି ଯେପରି ଆକର୍ଷଣୀୟ ହେବ ଉତ୍କଳ ପ୍ରସଙ୍ଗ ତତ୍ କାଳୀନ ସଂପାଦକ ସତୀଶ ପାତ୍ର ପ୍ରୟାସ କରିଥିଲେ। ବ୍ରହ୍ମପୁର ସହର ରେଡ଼ିଓ ହାଉସ ପ୍ରତିଷ୍ଠାତା ଶ୍ରୀ ପଣ୍ଡା ବାବୁ ଙ୍କ ଘରେ ଅନେକ ସାଂସ୍କୃତିକ ଅନୁଷ୍ଠାନ କାର୍ଯ୍ୟକ୍ରମ ଆୟୋଜନ ହୁଏ। ଏପରିକି ସେ ସମୟ ର ବାଚସ୍ପତି ଯୁଧିଷ୍ଠିର ଦାସ ଙ୍କୁ ସତୀଶ ବାବୁ ନିମନ୍ତ୍ରଣ କରି ସମସ୍ତଙ୍କ ଗହଣ ରେ ଉପସ୍ଥିତ ରହି ଅନେକ ଉତ୍ସାହିତ କରିବା କଥା ଆଜି ମନେ ପଡେ। ଓଡ଼ିଆ ଭାଷା ସାହିତ୍ୟ କଳା ସଂସ୍କୃତି ପରମ୍ପରା ଉପାସନା ମଣିଷ ସତୀଶ ପାତ୍ର ଙ୍କ ବିୟୋଗରେ ଫଲଗୁ ସାହିତ୍ୟ ସଂସଦ ମ୍ରିୟମାଣ ଓ ମର୍ମାହତ ଓ ମହାନ ବିଭୂତି ଙ୍କୁ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।