ଓଡ଼ିଶାରୁ କେଉଁଠୁ ଲଢ଼ିବେ ଧର୍ମେନ୍ଦ୍ର ?ରାଜନୈତିକ ମହଲରେ ବଡ ଧରଣର ଚର୍ଚ୍ଚା

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ);୨୦୨୪ରେ ଲୋକସଭା ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ(Dharmendra pradhan) । କୁହାଯାଉଛି ଯଦି ଧର୍ମେନ୍ଦ୍ର ଓଡ଼ିଶାରୁ ଲଢ଼ିବାକୁ ମନସ୍ଥ କରିଛନ୍ତି ତେବେ ସେ ନିଶ୍ଚୟ ଲଢ଼ିବେ । ଏମିତିରେ ବି ଅନେକ ଦିନ ଧରି ଏଭଳି ଚର୍ଚ୍ଚା ଲାଗି ରହିଥିଲା । ହେଲେ ଏବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ୍‌ ପଡ଼ିଛି । ଆଉ ନୂଆ ଆଲୋଚନା ଆରମ୍ଭ ହୋଇଛି ଆଉ ତାହା ହେଲା କେଉଁ ଆସନରୁ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢିବେ ? ନିର୍ବାଚନ ଲଢିବା ପାଇଁ ସମ୍ବଲପୁରକୁ ବାଛିବେ ନା ଢେଙ୍କାନାଳ ଲୋକସଭା ଆସନକୁ ବାଛିବେ ? ଧର୍ମେନ୍ଦ୍ର ଓଡିଶାରୁ ନିର୍ବାଚନ ଲଢିବେ ରାଜ୍ୟର ନିର୍ବାଚନ ମାହୋଲକୁ ପ୍ରଭାବିତ କରିବ କି ? ଏଭଳି ଅନେକ ପ୍ରଶ୍ନ ଉଠୁଛି ।ଧର୍ମେନ୍ଦ୍ର ପ୍ରଧାନ ଓଡିଶାରୁ ନିର୍ବାଚନ ଲଢିବା ଏଥପାଇଁ ଗୁରୁତ୍ୱ ରଖୁଛି କାରଣ ଓଡିଶା ବିଜେପିର(Odisha bjp) ବଡ ଚେହେରା ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗ୍ରହଣ କରାଯାଏ । ୨୦୧୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁଭଳି ଭାବେ ଗୁଜରାଟରୁ ଯାଇ ୟୁପି ବାରଣାସୀ ଲୋକସଭା ଆସନରେ ପ୍ରାର୍ଥୀ ହେଲେ ତାହା ଦଳକୁ ୟୁପିରେ ବଡ ସଫଳତା ଦେଇଥିଲା । ଆଉ ଠିକ ସମାନ ସମୀକରଣ ଓଡିଶାରେ ସୃଷ୍ଟି କରିବ କି ଧର୍ମେନ୍ଦ୍ରଙ୍କ ଏହି ନିଷ୍ପତି ।ଯଦିଓ ମୋଦୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଥିଲେ କିନ୍ତୁ ମୋଦୀ କ୍ୟାବିନେଟର ଧର୍ମେନ୍ଦ୍ର ମଧ୍ୟ ଜଣେ ବଡ ନେତା ଭାବେ ସାରା ଦେଶରେ ପରିଚିତ । ଧର୍ମେନ୍ଦ୍ରଙ୍କ ଏହି ନିଷ୍ପତିକୁ ନେଇ ଓଡିଶା ରାଜନୀତିରେ ଜୋରସୋର ଚର୍ଚା । ଗୋଟିଏ ପଟେ ବିଜେପି ୨୦୧୯ ତୁଳନାରେ ଅଧିକ ଲୋକସଭା ଆସନରେ ବିଜୟୀ ହେବାକୁ ରଣନୀତି ପ୍ରସ୍ତୁତ କରୁଛି । ଆଉ ସେହି ସମୟରେ ଧର୍ମେନ୍ଦ୍ର ଓଡିଶାରେ ଲୋକସଭା ନିର୍ବାଚନ ଲଢିବା ସେହି ରଣନୀତିର ଏକ ଅଂଶବିଶେଷ କି, ତାହା ଏବେ ବଡ ପ୍ରଶ୍ନ ।

 

LEAVE A REPLY

Please enter your comment!
Please enter your name here