କଟକ ( ବିପ୍ଲବୀ ପରିକ୍ରମା ):- କଟକରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଉପଲକ୍ଷେ କେନ୍ଦ୍ର ଆୟୁଷ ଓ ଜାହାଜ ଚଳାଚଳ ଵିଭାଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଆଜି କଟକ ମାଛୁଆ ବଜାର ଏଲ ଆଇ ସି ପଡିଆରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରତ୍ୟେକ ଯୋଜନାର ଲାଭ ଦେଶର 140 କୋଟି ଲୋକଙ୍କ ନିକଟରେ ପହଞ୍ଚିବା ନିଶ୍ଚିତ କରିବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଏବଂ ଗ୍ୟାରେଣ୍ଟି। ସ୍ୱାଧୀନତାର 100 ବର୍ଷ ପୂରଣ ହେବା ପରେ ଭାରତ ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ ଦେଶ ହେବା ପାଇଁ ତାଙ୍କର ସଂକଳ୍ପ ଏବଂ ବିକାଶ ଭାରତ ସଙ୍କଳ୍ପ ଯାତ୍ରା ଏହି ଦର୍ଶନକୁ ସାକାର କରିବା ଏକ ପଦକ୍ଷେପ। ଏକ ବିକଶିତ ଭାରତର ଦୂରଦୃଷ୍ଟି ସହିତ ମୋଦୀଙ୍କ ଗ୍ୟାରେଣ୍ଟି ଯାନ ଦେଶର ପ୍ରତ୍ୟେକ କୋଣରେ ପହଞ୍ଚୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଙ୍କ ସମେତ କେନ୍ଦ୍ର ସରକାରଙ୍କ ଅଧିକାରୀ ଏମ ମୁଥୁ କୁମାର,କଟକ ମହାନଗର ନିଗମ ଡେପୁଟି କମିଶନର ଅନାମ ପାତ୍ର ଓ ଶ୍ୱେତପଦ୍ମା ଶତପଥି,ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି ଙ୍କ ସମେତ ବହୁ ବିଜେପି ନେତା ଉପସ୍ଥିତ ରହିଥିଲେ।ଓଡ଼ିଶାର ଜନତା ବହୁତ ସହଯୋଗ କରିଛନ୍ତି ଏହି ସଂକଳ୍ପ ଯାତ୍ରାରେ। ଓଡିଶାର ହଜାର ହଜାର ଗାଁ ଓ ସହରରେ ଏକ କୋଟିରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିଛି କେନ୍ଦ୍ର ସରକାରଙ୍କ ଯୋଜନା।ଓଡିଶା ସରକାର କେନ୍ଦ୍ର ସରକାର ଙ୍କ ଯୋଜନା କୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସହଯୋଗ କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।