କାଲି ଛତର ଯାତ୍ରା

0

କଳାହାଣ୍ଡି: ଆସନ୍ତାକାଲି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭବାନୀପାଟଣା ସହର । ମୂଳାଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରାସାଦରେ ଥିବା ମାଣିକେଶ୍ବରୀ ପୀଠରେ ମୁଣ୍ଡବସା ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ସ୍ବତନ୍ତ୍ର ପୂଜା କରାଯାଏ । ମାଆ ମାଣିକେଶ୍ୱରୀଙ୍କୁ ମହାଷ୍ଟମୀ ମଧ୍ୟରାତ୍ରରେ ରାଜବାଟୀରୁ ପାଖାପାଖି ୩ କିଲୋମିଟର ଦୂର ଜେନାଖାଲକୁ ନିଆଯାଏ । ମହାଷ୍ଟମୀ ସକାଳେ ନ‌ଗର ପରିଭ୍ରମଣରୁ ଏହି ଯାତ୍ରା ଆରମ୍ଭ ହୁଏ । ପୁଣି ମାଆଙ୍କୁ ରାଜବାଟୀକୁ ଫେରାଇ ଅଣାଯାଏ । ଏହି ଅବସରରେ ମାନସିକ ରଖିଥିବା ଶ୍ରଦ୍ଧାଳୁ ରାସ୍ତାରେ କୁକୁଡ଼ା, ବୋଦା, ଛେଳି ସହ ଭକ୍ତମାନେ ଧୂପଦୀପ, ନୈବେଦ୍ୟ ଅର୍ପଣ କରିଥାନ୍ତି । ଏହାସହ ଶାନ୍ତିର ପ୍ରତୀକ ଭାବେ ଶହଶହ ପାରାଙ୍କକୁ ଦେବୀଙ୍କ ଛତର ଉପରେ ଉଡ଼ାଇବାର ପରମ୍ପରା ରହିଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ଓ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ପ୍ରତି ଦୃଷ୍ଟି ରଖାଯାଇଛି । ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । କଳାହାଣ୍ଡିର ବୀରବାଦ୍ୟ ଘୁମୁରା ସହ ୨୫ଟି ସାଂସ୍କୃତିକ ଦଳ ଚଳିତ ବର୍ଷ ଅଂଶଗ୍ରହଣ କରିଛନ୍ତି । ୬ଟି ପାର୍କିଂ ବ୍ୟବସ୍ଥା କରାଯାଇଥିବା ନେଇ କଳାହାଣ୍ଡି ଏସପି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here