(ବିପ୍ଲବୀ ପରିକ୍ରମା ବ୍ୟୁରୋ);ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକକାଳୀନ କରିବା ସମ୍ଭାବନା ଉପରେ ବିଚାରବିମର୍ଶ ଜାରି ରହିଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଆଜି ଲ କମିସନଙ୍କୁ ଭେଟିବେ ।। ଏହି ବୈଠକର ଅଧ୍ୟକ୍ଷତା ପୂର୍ବତନ ରାଷ୍ଟ୍ରପତି ତଥା ଏହାର ଅଧ୍ୟକ୍ଷ ରାମ ନାଥ କୋବିନ୍ଦ କରିବେ ବୋଲି ସୂଚନା ରହିଛି। ଏକକାଳୀନ ନିର୍ବାଚନ କିପରି ହୋଇପାରିବ ସେ ସମ୍ପର୍କରେ ମତାମତ ନେବାକୁ କମିଟି ଅକ୍ଟୋବର ୨୫ରେ ଆଇନ ଆୟୋଗକୁ ଆମନ୍ତ୍ରଣ କରିଛି। ଏହି ପରିପ୍ରେକ୍ଷୀରେ ଆଇନ ଆୟୋଗ ଏକ ରୋଡମ୍ୟାପ୍ ଜାରି କରାଯିବା ନେଇ ମଧ୍ୟ ସୂଚନା ରହିଛି। ଏହା ପୂର୍ବରୁ ଓ୍ୱାନ ନେସନ ଓ୍ୱାନ ଇଲେକ୍ସନକୁ ନେଇ ଏକ କମିଟି ଗଠନ ହୋଇସାରିଛି। ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟଙ୍କ ଠାରୁ ମଧ୍ୟ ମତାମତ ଗ୍ରହଣ କରାଯିବ। କମିଟିର ସଦସ୍ୟମାନେ ଆସନ୍ତା ୩ ମାସ ମଧ୍ୟରେ ସେମାନଙ୍କ ବିଚାରଧାରା ଦେବାକୁ କୁହାଯାଇଛି। ସେହିପରି ଆଇନ କମିଶନର ଅଧ୍ୟକ୍ଷ ଋତୁରାଜ ଅବସ୍ଥୀ କହିଛନ୍ତି କି ନିର୍ଚାଚନ କରିବା ପାଇଁ ସରକାର ସମ୍ବିଧାନରେ କିଛି ପରିବର୍ତ୍ତନ କରିପାରିନ୍ତି। କେବେ ହେବ ଗୋଟିଏ ନିର୍ବାଚନ ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ତେବେ ଏହି ନିୟମ କେବେଠାରୁ ଲାଗୁ ହେବ ସେନେଇ କହିବା ବର୍ତ୍ତମାନ କଷ୍ଟସାଧ୍ୟ। କିନ୍ତୁ ଲ କମିଶନର ଅଧ୍ୟକ୍ଷ କହିଛନ୍ତି କି ଏଥିପାଇଁ ଏକ ସମୟସୀମା ଏପର୍ଯ୍ୟନ୍ତ କୁହାଯାଇପାରିବ ନାହିଁ କିମ୍ବା ଏହାର ସମୟସୀମା ସ୍ଥିର କରିବା ସମ୍ଭବ ନୁହେଁ। ଋତୁରାଜ ଆୱସ୍ତି କର୍ଣ୍ଣାଟକ ହାଇକୋର୍ଟର ପ୍ରଧାନ ବିଚାରପତି ଏବଂ ୨୨ତମ ଆଇନ ଆୟୋଗର ଚେୟାରମ୍ୟାନ୍ ମଧ୍ୟ ଅଟନ୍ତି। ଦେଶରେ ହେବାକୁ ଥିବା ନିର୍ବାଚନ ଧାଡିରେ ଅଣାଯାଇପାରିବ ବୋଲି ସରକାରଙ୍କୁ ଅବଗତ କରାଇବା ପାଇଁ ସରକାର ଆଇନ ଆୟୋଗକୁ ଦାୟିତ୍ୱ ଦେଇଛନ୍ତି।