ଥାନା ଭିତରେ ମହିଳା IICଙ୍କୁ ବ୍ଲେଡ୍‌ରେ ଆକ୍ରମଣ

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ);ମୟୂରଭଂଜ ବିଶୋଇ ଥାନା ଭିତରେ ଚୋରୀ ଅଭିଯୁକ୍ତଙ୍କ ଉନ୍ମକ୍ତ କାଣ୍ଡ । ଥାନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଅଭିଯୁକ୍ତ । ମନ୍ଦିର ଚୋରି ଅଭିଯୋଗରେ ପଚରାଉଚରା ପାଇଁ ଥାନାକୁ ଡାକିଥିଲା ପୁଲିସ୍‌। ହେଲେ ଏକୁଟିଆ ସୁଯୋଗ ପାଇ ଥାନା ଭିତରେ ମହିଳା ଆଇଆଇସିଙ୍କୁ ବ୍ଲେଡ୍‌ରେ ଆକ୍ରମଣ କଲା ଅଭିଯୁକ୍ତ। ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଏପରି ଅଭିଯୋଗ। ବିଶୋଇ ଥାନା ଅଞ୍ଚଳରେ ଏକ ମନ୍ଦିର ହୁଣ୍ଡିରୁ ଚୋରି ହୋଇଥିଲା। ଗତ ୨୬ ତାରିଖରେ ଏନେଇ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଶୁକ୍ରବାର ସନ୍ଧ୍ୟାରେ ମନ୍ଦିର ସେବାୟତ ସୁଶାନ୍ତ ଦେଓକୁ ଥାନାକୁ ଆଣି ଘନଘନ ଜେରା କରିଥିଲା। ତେବେ ଘଟଣାର ତଦନ୍ତ ପାଇଁ ଗତକାଲି ସନ୍ଧ୍ୟା ସମୟରେ  ମଧ୍ୟ ବିଶୋଇ ଥାନା ଅଧିକାରିଣୀ ମିନି ଭୋଇ ପୁଣି ଥରେ ସୁଶାନ୍ତଙ୍କୁ ଥାନାକୁ ଡାକିଥିଲେ।ପଚରାଉଚରା କରିବା ପରେ ସୁଶାନ୍ତ ହୁଣ୍ଡି ଟଙ୍କା ଚୋରି ଘଟଣାରେ ସମ୍ପୃକ୍ତ ଥିବା ନେଇ ସ୍ୱୀକାର କରିବା ସହିତ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କ ନାମ ମଧ୍ୟ କହିଥିଲେ।ତେଣୁ,ଅଭିଯୁକ୍ତ ସୁଶାନ୍ତଙ୍କୁ ବିଶୋଇ ଥାନା ଗୃହରେ ଅଟକ ରଖାଯାଇଥିଲା।ତେବେ,ସନ୍ଧ୍ୟା ପାଖାପାଖି ସାଢ଼େ ୮ ଘଟିକା ସମୟରେ ଥାନାରେ ଅନ୍ୟ କର୍ମଚାରୀ ମାନେ ଅନ୍ୟ ଏକ ଘଟଣାର ତଦନ୍ତ କରିବାକୁ ବାହାରକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଶ୍ରୀମତୀ ଭୋଇ ଥାନା ଅଫିସ ପରିସରରେ ଏକାକି ବସିଥିଲେ। ଥାନା ଗୃହ ଭିତରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ପୂର୍ବ ଯୋଜନା ମୁତାବକ ନିଜ ସହିତ ଆଣିଥିବା ଏକ ଧାରୁଆ ବ୍ଲେଡ଼ ସହାୟତାରେ ଶ୍ରୀମତୀ ଭୋଇଙ୍କ ଗଳା କାଟିବାକୁ ଉଦ୍ୟମ କରିଥିଲେ ଯାହାର ଭିଡିଓ ସିସିଟିଭି ଫୁଟେଜରେ କଏଦ ହୋଇଥିଲା ।। ମହିଳା ଆଇଆଇସିଙ୍କ ଚିତ୍କାର ଶୁଣି ଅନ୍ୟ କର୍ମଚାରୀମାନେ ଅଭିଯୁକ୍ତ ଶ୍ରୀ ଦେଓକୁ ଧରିବା ସହିତ ଆଇଆଇସିଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଆକ୍ରମଣର ପୂରା ଚିତ୍ର ସିସିଟିଭିରେ କଏଦ ହୋଇଛି। ପୁଲିସ୍‌ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here