ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଉଦଯାପିତ

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଶିଶୁ ବୈଜ୍ଞାନିକ ହେବା ପାଇଁ ମା ‘ ର ରୋଷଇ ଶାଳା ରୁ ବିଜ୍ଞାନ ଶିକ୍ଷା ଆବଶ୍ୟକ lଗଞ୍ଜାମ ଜିଲ୍ଲା ଆସିକା ର ହରିହର ଉଚ୍ଚ ବିଦ୍ୟାଳୟ ଠାରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ବିଜ୍ଞାନ ମେଳା ଉଦଯାପିତ ହୋଇଯାଇଅଛି। ଗଞ୍ଜାମ ଜିଲ୍ଲାର ୨୨ ଗୋଟି ବ୍ଲକ ରୁ ଯୋଗ ଦେଇଥିବା ୮୮ଜଣ ପ୍ରତିଯୋଗୀ l ସେଥି ମଧ୍ୟରୁ ପାଞ୍ଚ ଜଣ କୃତି ପ୍ରତିଯୋଗୀ ରାଜ୍ୟ ସ୍ତରରେ ହେବାକୁ ଥିବା ବିଜ୍ଞାନ ମେଳା ନିମନ୍ତେ ଚୟନ କରାଯାଇଛି l ଏହି ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ରେ ପାଞ୍ଚ ଗୋଟି ବିଷୟ ଉପରେ ଶିଶୁ ମାନେ ବିଜ୍ଞାନ ମେଳା ରେ ଅଂଶ ଗ୍ରହଣ କରିଥିଲେ l ସେଥି ମଧ୍ୟରୁ କୃଷି ପ୍ରକଳ୍ପ ରେ ଆଧୁନିକ ପ୍ରଣାଳୀ ରେ ପରିବା ଚାଷ,ଗଣନାକାରୀ ଚିନ୍ତାଧାରା ପ୍ରକଳ୍ପ ରୁ ସୁନ୍ଦର ସହର,ପ୍ରକୃତି ଓ ଜୀବନଶୈଳୀ ରୁ ନଳକୂଅ ମଧ୍ୟରୁ ସୁରକ୍ଷିତ ଭାବେ ଶିଶୁ ଉଦ୍ଧାର ପ୍ରକଳ୍ପ,ପରିବହନ ଓ ଯୋଗାଯୋଗ ରୁ ଭୂସ୍କଳନ ବିରୋଧ ବ୍ୟବସ୍ଥା ପ୍ରକଳ୍ପ କୁ ବିଚାରକ ମାନେ ମନୋନୀତ କରିଛନ୍ତି l

ଶିଶୁ ପାଇଁ ମା ର ରୋଷେଇ ଘର ଠାରୁ ବିଜ୍ଞାନ ବିଷୟରେ ଜାଣିବା ଆବଶ୍ୟକ l ଶିଶୁ ମାନେ ଯେକୌଣସି ଜିନିଷ ରୁ ଏକ ବୈଜ୍ଞାନିକ ଜିନିଷ ଉଦ୍ଭାବନ କରିବା କ୍ଷମତା ରହିଛି l ଶିଶୁ ମାନେ ଡିଜିଟାଲ ଦୁନିଆ ଠାରୁ ଆରମ୍ଭ କରି ନୁଆଁ ନୁଆଁ ବିଭିନ୍ନ ମନ ଛୁଆଁ ପ୍ରକଳ୍ପ ପଦର୍ଶନୀ କରି କ୍ଳଷ୍ଟର, ବ୍ଲକ ତାପରେ ଜିଲ୍ଲା ସ୍ତରରେ ଅଂଶ ଗ୍ରହଣ କରିଛନ୍ତି l ଆହୁରି ରାଜ୍ୟ ତଥା ଦେଶ ପର୍ଯ୍ୟନ୍ତ ଏହି ବିଜ୍ଞାନ ସମ୍ବନ୍ଧୀୟ ପ୍ରଦର୍ଶନି କରି ନିଜ ସ୍କୁଲ ର ନାମ ରଖିବା ପାଇଁ ଆଗଭର l

LEAVE A REPLY

Please enter your comment!
Please enter your name here