ବୌଦ୍ଧ ( ବିପ୍ଲବୀ ପରିକ୍ରମା ):- ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ଅନ୍ତର୍ଗତ ନଳୀକୁମ୍ପା ଜଙ୍ଗଲରେ ଏସଓଜି ଯବାନ ଙ୍କ କମ୍ୱିଂ ଅପରେସନ ଜାରି । ଏହି ଅପରେସନ ରେ କନ୍ଧମାଳ ରୁ ଆସିଲେ ୭ଟି ଏସଓଜି କମ୍ପାନୀ, ସେହିପରି ବୌଦ୍ଧ ରୁ ୫ ଟି ଏସଓଜି ନିୟୋଜିତ ହୋଇଥିଲେ । ପୁରା ଅପରେସନ ରେ ପ୍ରାୟ ୩୦୦ ରୁ ଅଧିକ ଏସଓଜି ଯବାନ ସାମିଲ ହୋଇଥିଲେ । ମାଓବାଦୀ ଜଙ୍ଗଲ ରେ ଆଇଇଡି ଲ୍ୟାଣ୍ଡମାଇନ୍ ବିଛାଇଥିବା ସନ୍ଦେହ କରାଯାଇଛି ।ବୋମା ଖୋଜିବା ପାଇଁ ତିନୋଟି ବୋମା ନିଷ୍କ୍ରିୟକାରୀ ଦଳ ସାମିଲ ହୋଇଛନ୍ତି । ଏହି ଅପରେସନ ପାଇଁ ବୌଦ୍ଧ, ବ୍ରହ୍ମପୁର ଓ କନ୍ଧମାଳ ରୁ ବୋମ୍ୱ ସ୍କ୍ୱାର୍ଡ ମିଶିଛନ୍ତି । ଗତ କାଲି ପ୍ରାୟ ୧ ଘଣ୍ଟା ୩୦ ମିନିଟ ଧରି ମାଓବାଦୀ ଓ ଏସଓଜି ଯବାନ ମଧ୍ୟରେ ଗୁଳି ବିନିମୟ ହୋଇଥିଲା l