ପାରଳାଖେମୁଣ୍ଡି ଗସ୍ତରେ ପୁର୍ବତଟ ରେଳପଥର ଜେନେରାଲ ମ୍ୟାନେଜର ମନୋଜ ସର୍ମା

0

ଗଜପତି : ପାରଳାଖେମୁଣ୍ଡି ଗସ୍ତରେ ପୁର୍ବତଟ ରେଳପଥ ର ଜେନେରାଲ ମ୍ୟାନେଜର ମନୋଜ ସର୍ମା । ବହୁ ପୁରାତନ ରେଳ ଷ୍ଟେସନର ଆଧୁନିକ କରଣ କାର୍ଯ୍ୟର କଲେ ସମୀକ୍ଷା, ପାରଳାଖେମୁଣ୍ଡି ମହାରାଜାଙ୍କ ପେଲେସ ମୋଡେଲ ରେ ହେବାକୁ ଥିବା ରେଳ ଷ୍ଟେସନ କୋଠାର କ୍ଷେତ୍ର ପରିଦର୍ଶନ ସହ କାର୍ଯ୍ୟର ସମୀକ୍ଷା କରି କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଜେନେରାଲ ମ୍ୟାନେଜର ସର୍ମା କହିଛନ୍ତି ସାଧାରଣ ଲୋକଙ୍କ ଦାବି ଓ ଯାତ୍ରୀଙ୍କ ସୁବିଧା ସକାସେ ସମସ୍ତ ପଦକ୍ଷେପ ନିଆଯାଉଛି, ଆଗାମୀ ଦିନରେ ମଧ୍ୟ ବିଭାଗ ସମାନ ପଦକ୍ଷେପ ନେବ ଏବଂ କୋଠାର ମୋଡେଲ ପୁର୍ବ ନିର୍ଧାରିତ ପେଲେସ୍ ମୋଡେଲ ରେ ହିଁ ହେବ । ପରେ ସେ ଆସୀଥିବା ସ୍ବତନ୍ତ୍ର ରେଳଯୋଗେ ଗୁଣପୁର ଗସ୍ତରେ ଯାଈଥିଲେ ।

LEAVE A REPLY

Please enter your comment!
Please enter your name here