(ବିପ୍ଲବୀ ପରିକ୍ରମା ବ୍ୟୁରୋ);24 ସାଧାରଣ ନିର୍ବାଚନ ପୂର୍ବରୁ 23 ରେ ହେବ ସେମିଫାଇନାଲ । ସାଧାରଣ ନିର୍ବାଚନ ର 5 ମାସ ପୂର୍ବରୁ ହେବାକୁ ଯାଉଛି 5 ଟି ରାଜ୍ୟରେ ନିର୍ବାଚନ। ଏହାର ଫଳାଫଳ ଆସିଲେ ଆଗାମୀ ନିର୍ବାଚନରେ ତାହା ପ୍ରଭାବ ପକାଇବା ସେଥିପାଇଁ ହେବାକୁ ଥିବା 5ଟି ରାଜ୍ୟରେ ନିର୍ବାଚନ ଉଭୟ ବିଜେପି ଓ କଂଗ୍ରେସ (BJP,CONGRESS)ପାଇଁ ବେଶ ଗୁରୁତ୍ୱପୁର୍ଣ ।ଏହି 5ଟି ରାଜ୍ୟର ନିର୍ଵାଚହ୍ନ ତାରୀକ୍ଷା ମଧ୍ୟ ଘୋଷଣା ହୋଇସାରିଛି । କଂଗ୍ରେସସ ଜାତିଗତ ଗଣନାକୁ ମୁଖ୍ୟ ମୁଦ୍ଦା କରି ମୋଦି ଅମିତଶାହାଙ୍କୁ ଘେରିବାରେ ଲାଗିଛି। ପୁଣି ସେପଟେ ରହୂଲଗାନ୍ଧୀ(Rahul Gandhi)ଘୋଷଣା କରିଛନ୍ତି କଂଗ୍ରେସ ଶାସିତ ସମସ୍ତ ରାଜ୍ୟରେ ହେବ ଜାତିଗତ ଜନଗଣନା ।କଂଗ୍ରେସ ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀମାନେ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ହିମାଚଳପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ ଏବଂ ଛତିଶଗଡ଼ରେ ଜାତିଗତ ଜନଗଣନା କରାଇବେ ।ଏହି ସମ୍ବନ୍ଧରେ ଏକ ପ୍ରସ୍ତାବ ପାରିତ କରାଯାଇଛି । କଂଗ୍ରେସ ନେତାଙ୍କ ଜାତିଗତ ଜନଗଣନା ଉପରେ ବୟାନ ଆସିବା ପରେ ରାହୁଲଙ୍କୁ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଜାତିଗତ ଜନଗଣନା ଆଳରେ ଆଜି କଂଗ୍ରେସ ସମାଜକୁ ବିଭାଜିତ କରି ରାଜନୈତିକ ରୁଟି ସେକିବା ପାଇଁ ଚେଷ୍ଟା କରୁଛି ।ସ୍ୱାଧୀନତା ପରଠାରୁ କଂଗ୍ରେସସ ଜାତିଗତ ଜନଗଣନାକୁ ତୀବ୍ର ବିରୋଧ କରିଥିଲା , ରାହୁଲ ଗାନ୍ଧୀ ପ୍ରଥମେ ସ୍ପଷ୍ଟ କରନ୍ତୁ ଯେ କଂଗ୍ରେସସ ଦଶନ୍ଧି ଦଶନ୍ଧି ଧରି ଶାସନରେ ରହିବ ପରେ ମଧ୍ୟ ଜାତିଗତ ଜନଗଣନା ନାହିଁ ନାହିଁ ? ଜାତିଗତ ଜନଗଣନା ର ସମ୍ଭିଦାନିକା ଅଧିକାର ଅଧିକାର କେବଳ କେନ୍ଦ୍ର ସରକାରଙ୍କ ହାତରେ ନ୍ୟସ୍ତ ରହିଛି । ଏହି ପ୍ରସଙ୍ଗରେ ରାହୁଲ କେବଳ ବିଭ୍ରାନ୍ତିକର କଥା କହୁଛନ୍ତି ବୋଲି ଟ୍ୱଇଟ କରି କହିଛନ୍ତଗି ଧର୍ମେନ୍ଦ୍ର । ଏହା ସତ ନୁହେ କି ? ଆଜି ରାହୁଲଙ୍କ ନାଟକ ସେହି ରାଜନୈତିକ ଭୁଲକୁ ଲୁଚେଇବା ପାଇଁ ଏହା ପ୍ରୟାସ ବୋଲି କହିଛନ୍ତି ଧର୍ମେନ୍ଦ୍ର । ତେବେ କଂଗ୍ରେସସ ଯେଉଁ ଜାତିଗତ ଜନଗଣନାକୁ ମୁଦ୍ଦା କରିଛି ନିର୍ବାଚନରେ ଆଉ ତାହା କେତେ କଂଗ୍ରେସସ କୁ ଫାଇଦା ଦେଉଛି ତାହା ନିର୍ଵାଚହ୍ନ ଫଳ ଫଳ ଆସିଲେ ହଁ ସ୍ପଷ୍ଟ ହେବ ।