(ବିପ୍ଲବୀ ପରିକ୍ରମା ବ୍ୟୁରୋ );ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ନଂ ୩୭ କର୍ପୋରେଟର ବନିତା ସାହୁ ଙ୍କୁ ଜଣେ ଠିକାଦାର ଆକ୍ରମଣ ଅଭିଯୋଗ । ପ୍ରଥମେ ୱାର୍ଡର ସୀମା ନିର୍ଦ୍ଧାରଣ କୁ ନେଇ ତୁମୁଳକାଣ୍ଡ ପରେ ହାତାହାତି । ସୂଚନା ଅନୁଯାୟୀ ଗତ ଶନିବାର ଦିନ ମହାନଗର ନିଗମର କାଉନସିଲ ବୈଠକରେ ୱାର୍ଡ ନଂ ୩୭ ଓ ୩୮ ର ସୀମା ବିବାଦକୁ ନେଇ ବିବାଦ ଉପୁଜିଥିଲା। ପରେ ଏହି ଘଟଣା କୁ କମିଶନର ଓ ମେୟର ଉକ୍ତ ୱାର୍ଡ ପରିଦର୍ଶନ କରିଯିବ ସହ ଏହାର ସ୍ଥାୟୀ ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ଆଜି ପ୍ରତିଶ୍ରୁତି ମୁତାବକ ବ୍ରହ୍ମପୁର ବିଧାୟକ, କମିଶନର, ମେୟର ଡେପୁଟି ମେୟର ଙ୍କ ସମେତ ବିଭାଗୀୟ ଅଧିକାରୀ ଓ ବହୁ କର୍ପୋରେଟର ୱାର୍ଡ ସୀମାରେ ଉପସ୍ଥିତ ରହି ସୀମା ନିର୍ଦ୍ଧାରଣ କରିବା ସହ ଆଲୋଚନା କରିଥିଲେ । ବନିତା ସାହୁଙ୍କ ଅଭିଯୋଗ ଅନୁଯାୟୀ ୩୭ ନଂ ୱାର୍ଡ ରେ ସମସ୍ତ ସୀମା ଆସୁଥିବା ଜଣା ପଡ଼ିବା ବେଳେ ୩୮ ନଂ ୱାର୍ଡ କର୍ପୋରେଟର ଙ୍କ ସ୍ଵାମୀ ଓ ଠିକାଦାର ଏଥିରେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଛାତି କୁ ଧକ୍କା ମାରିବା ସହ ହାତ କୁ ମୋଡ଼ି ଦେଇଥିଲେ । ଏହା ତାଙ୍କୁ ଆକ୍ରୋଶ ମୂଳକ ଭାବେ ଆକ୍ରମଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏଭଳି ଘଟଣା କୁ ଜିଲ୍ଲା ବିଜେପି ନିନ୍ଦା କରିବା ସହ ନିଗମ କମିଶନର ଙ୍କୁ ୩୮ ୱାର୍ଡ କର୍ପୋରେଟର ଙ୍କ ସ୍ଵାମୀ ଓ ସଂପୃକ୍ତ ଠିକାଦାର ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ଏହାସହ ଘଟଣାର ଭିଡିଓ କୁ ଭିତ୍ତି କରି ବୈଦ୍ୟନାଥପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ବ୍ରହ୍ମପୁର ଏସ.ପି ଙ୍କୁ ସାକ୍ଷାତ କରି ଆକ୍ରମଣକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛି ଜିଲ୍ଲା ବିଜେପି ।