ସ୍ୱେଚ୍ଛାକୃତ ଅବସର ନେଲେ ଭି.କେ ପାଣ୍ଡିଆନ୍, ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ) ;ସ୍ୱେଚ୍ଛାକୃତ ଭାବେ ଅବସର ନେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍‌ । 5T ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କୁ VRS ମିଳିଛି । ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଅଫିସର ଭି.କେ ପାଣ୍ଡିଆନ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ପାଣ୍ଡିଆନ୍‌ଙ୍କ VRSକୁ ମଂଜୁର କରିଛି କେନ୍ଦ୍ର କାର୍ମିକ ମନ୍ତ୍ରାଳୟ । ଏନେଇ GA ବିଭାଗ ACSଙ୍କୁ ଚିଠି ଲେଖିଛି କାର୍ମିକ ମନ୍ତ୍ରାଳୟ । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଅନୁସଚିବ ଭୂପିନ୍ଦର ପାଲ ସିଂ ଆଜି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।GA ବିଭାଗ ACSଙ୍କୁ ଚିଠି ଲେଖିଛନ୍ତି କାର୍ମିକ ମନ୍ତ୍ରାଳୟର ଅନୁସଚିବ । VRS ନେଇ ରାଜ୍ୟ ସରକାର ପଠାଇଥିବା ଆବେଦନ ମଞ୍ଜୁର ହୋଇଥିବା ସୂଚନା ଦିଆଯାଇଛି । ଅକ୍ଟୋବର ୨୦ରେ ରାଜ୍ୟ ପଠାଇଥିବା ଆବେଦନ ପତ୍ରକୁ ମଞ୍ଜୁରି ମିଳିଛି । ସର୍ବଭାରତୀୟ ସେବା ଆଇନ 16(2A) ଅନୁସାରେ ମଂଜୁର ହୋଇଥିବା ଜଣାଯାଇଛି ।ସୂଚନା ଅନୁସାରେ ଗତ ୨୦ ତାରିଖରେ ଭି.କେ ପାଣ୍ଡିଆନ୍‌ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ । ଯାହାକୁ ବର୍ତ୍ତମାନ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ମଞ୍ଜୁର କରିଛି । ଏବେ ଉଭୟ ବିଜୁ ଜନତା ଦଳ ଏବଂ ସରକାରୀ କଳରେ ପାଣ୍ଡିଆନ୍‌ଙ୍କ ଦବ୍‌ଦବା ରହିଛି । ସାଧାରଣ ନିର୍ବାଚନ ପୂର୍ବରୁ ଭି.କେ ପାଣ୍ଡିଆନ୍‌ ଚାକିରି ଛାଡ଼ିବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।ଭି.କେ ପାଣ୍ଡିଆନ୍‌ଙ୍କ ଅବସର ଖବରକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହେଲାଣି । ବିଭିନ୍ନ ଦଳର ନେତା ପାଣ୍ଡିଆନ୍‌ଙ୍କ ଅବସରକୁ ନେଇ ଅନେକ ପ୍ରତିକ୍ରିୟା ରଖିଛନ୍ତି ।ତେବେ ପାଣ୍ଡିଆନ କାହିଁକି ଅଚାନକ ଅବସର ଗ୍ରହଣ କଲେ ସେନେଇ ଏବେ ରାଜ୍ୟରେ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି । ଗତ କିଛିଦିନ ଧରି ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଭାବେ ଚର୍ଚ୍ଚା ହେଉଥିଲା । ଜଣେ ସର୍ବଭାରତୀୟ ପ୍ରଶାସନିକ ସେବା ଅଧିକାରୀ ହୋଇ ପାଣ୍ଡିଆନ ଶାସକ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବାରୁ ତାହାକୁ ବିରୋଧୀ ଦଳମାନେ ସମାଲୋଚନା କରିଥିଲେ । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଖୋଲାଖୋଲି ଭାବେ ଏଥିପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ତେବେ ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ପରେ ଆଗକୁ କ’ଣ ଘଟିବ ତା’ ଉପରେ ଏବେ ସଭିଙ୍କ ନଜର ରହିଛି ।

 

LEAVE A REPLY

Please enter your comment!
Please enter your name here