ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପୁଣ୍ୟ ମାସ କାର୍ତ୍ତିକ ନୀତି

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ); ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପୁଣ୍ୟ ମାସ କାର୍ତ୍ତିକ ନୀତି । ଏହି ଅବସରରେ ଶ୍ରୀଜିଉଙ୍କ ରାଧାଦାମୋଦର ବେଶରେ ଦର୍ଶନ ଲାଭ କରୁଛନ୍ତି ଶ୍ରଦ୍ଧାଳୁ।। ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ପର୍ଯ୍ୟନ୍ତ ମହପ୍ରଭୁଙ୍କ କାର୍ତ୍ତିତ ନୀତି ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ଭକ୍ତଙ୍କୁ ରାଧାଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଶ୍ରୀକ୍ଷେତ୍ରରେ ମହିଳାମାନେ ସଂକଳ୍ପ କରି କାର୍ତ୍ତିକ ବ୍ରତ ଆରମ୍ଭ କରିଥାନ୍ତି । ସେହିପରି ଏହି ମାସରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳ ଭୋଗ ଲାଗି କରାଯାଏ ।ଆଜି ସକାଳୁ ଦ୍ୱାରଫିଟା ନିତି ସମ୍ପର୍ଣ୍ଣ ହୋଇ ଅନ୍ୟାନ୍ୟ ନୀତି ଜାରି ରହିଛି । ଅବକାଶ ନୀତି ସରିବା ପରେ ମହପ୍ରଭୁଙ୍କର ରାଧାଦାମୋଦର ବେଶ ଅମୁଷ୍ଠିତ ହେବ । ଅନ୍ୟପକ୍ଷରେ ଆଜି ମହାପ୍ରଭୁଙ୍କ ଏହି ବେଶରେ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ବଢିବାରେ ସମ୍ଭାବନା ରହିଛି ।ମହାପ୍ରଭୁଙ୍କ କାର୍ତ୍ତିକ ନୀତିର ପ୍ରଥମ ଦିନରେ ଶ୍ରୀମନ୍ଦିର ସିଂହଦ୍ୱାରା ଖୋଲାଯା କାର୍ତ୍ତିକ ନୀତି ଆରମ୍ଭ ହୋଇଥାଏ । ଶ୍ରୀମନ୍ଦିରରେ ଦ୍ୱାରଫିଟା, ମଙ୍ଗଳାଆରତୀ, ମଇଲମ, ଅବତାଶ ପରେ ରାଧାଦାମୋଦର ବେଶ, ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ, ଭୋଗମଣ୍ତପ, ମଧ୍ୟାହ୍ନଧୂପ ନୀତି ଅନୁଷ୍ଠିତ ହୋଇଥାଏ । ଏହା ପରେ ଦ୍ୱିତୀୟ ଭୋଗମଣ୍ତପ, ଦିବା ପହୁଡ ଏବଂ ସନ୍ଧ୍ୟା ଆରତୀ, ସନ୍ଧ୍ୟା ଧୂପ, ବଡସିଂହାରବେଶ ଆଜି ନୀତିନିର୍ଘଣ୍ଟ କରାଯିବାର ପରମ୍ପରା ରହିଛି ।

LEAVE A REPLY

Please enter your comment!
Please enter your name here