ଆସିକା ଚାଷୀ ସୁରକ୍ଷା ମଞ୍ଚ ପକ୍ଷରୁ ଚାଷୀ ମାନଙ୍କ ୧୭ ଦଫା ଦାବୀ ନେଇ ରାଲି ଏବଂ ପ୍ରତିବାଦ ସଭା ଅନୁଷ୍ଠିତ

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଆସିକା ଚାଷୀ ସୁରକ୍ଷା ମଞ୍ଚ ପକ୍ଷରୁ ଚାଷୀ ମାନଙ୍କ ୧୭ ଦଫା ଦାବୀ ନେଇ ରାଲି ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା l ଅଦିନିଆ ବର୍ଷା ରେ କ୍ଷତି ହୋଇଥିବା ଚାଷୀ କୁ କ୍ଷତି ପୂରଣ ଦାବୀ, ଗତ’ଜୟlଦ’ ରେ କ୍ଷତି ଗ୍ରସ୍ତ ଚାଷୀ ର ତହସିଲ ରେ ପଡିରହିଥିବା ଅନୁଦାନ ରାଶି ତୁରନ୍ତ ପୈଠ କରିବା,ବିଧାନସଭା ରେ ପାରିତ ହୋଇଥିବା ଧାନ କୁଇଣ୍ଟାଲ ପିଛା ୨୯୩୦ ଟଙ୍କା ହିସାବରେ ଚାଷୀକୁ ପ୍ରଦାନ, ଧାନ ମଣ୍ଡିରେ କଟଣୀ ଛଟଣୀ ବନ୍ଦ କରିବା, ଆସିକା ଚିନିକାରଖାନା ରେ ଚାଲିଥିବା ବ୍ୟାପକ ଦୁର୍ନୀତି ବନ୍ଦ କରିବା ସହ ଆଖୁ ଦର ବିଲ ମୁଣ୍ଡରେ ଟନ ପିଛା ୩୫୦୦ ଟଙ୍କା ପ୍ରଦାନ କରିବା,ଚାଷୀ ର ନିତ୍ୟ ବ୍ୟବହାର୍ଯ୍ୟ ସାର, ବିହନ, କୀଟନାଶକ ଔଷଧ ରୁ ଜି ଏସ ଟି କମାଇବା, ସରକାରଙ୍କ ଦୂର ଦୃଷ୍ଟି ଅଭାବରୁ ଆସିକା ଉତ୍କଳ ଆୟୁର୍ବେଦିକ ଫାର୍ମାସୀର ପୁନଃଉଦ୍ଧାର କରିବା, ଚାଷୀ ପାଈଁ ଆସିକା ରେ ଶୀତଳ ଭଣ୍ଡlର ପ୍ରତିଷ୍ଠା କରିବା, ସମସ୍ତ ଧରଣର ଚାଷୀକୁ କାଳିଆ ଯୋଜନା ଏବଂ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଗାଇବା, ବୃଦ୍ଧ ଏବଂ ବୃଦ୍ଧା ଚାଷୀ ମାନଙ୍କୁ ସର୍ବନିମ୍ମ ୦୩ ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା, ଚାଷୀ ମାନଙ୍କୁ କୃଷି ଋଣ ଛାଡ଼ କରିବା,ଚାଷୀ ମାନଙ୍କୁ ମାଗଣା ବିଜୁଳି ଯୋଗାଇବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତହିତାଧିକାରୀ ମାନଙ୍କୁ ବାସଗୃହ ଯୋଗାଇବା, ଆସିକା ଏନ ଏ ସି ରେ ସେ୍ଟାଲମେଂଟ ଜରିଆରେ ବନ୍ଦୋବସ୍ତ କରି ଲୋକମାନଙ୍କୁ ଘର ପଟା ପ୍ରଦାନ କରିବା, ଆସିକା ମେଡ଼ିକାଲ ରେ ଆବଶ୍ୟଜ ଡାକ୍ତର ନିଯୁକ୍ତି, ଭୌଗଳିକ ଦୃଷ୍ଟି କୋଣ ରୁ ଆସିକା କୁ ଶୀଘ୍ର ଋଷିକୂଲ୍ୟା ଜିଲ୍ଲା ଘୋଷଣା, ଚାଷ ଜମି ମାନଙ୍କୁ ଶୀଘ୍ର ଜଳସେଚନ ସୁନିଶ୍ଚିତ କରିବା l

LEAVE A REPLY

Please enter your comment!
Please enter your name here