ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଆସିକା ଆୟୁର୍ବେଦିକ ସମବାୟ ଫlର୍ମାସୀ ଲିଃ ଶ୍ରମିକ ସଂଘ ପକ୍ଷରୁ ଆସିକା ସରକାରୀ ନିବନ୍ଧକ ସମବାୟ ସମିତି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି l ଗତ ସେପ୍ଟେମ୍ବର ମାସ ଠାରୁ ଆସିକା ଆୟୁର୍ବେଦିକ ସମବାୟ ଫlର୍ମାସୀ ର କର୍ମଚାରୀ ମାନଙ୍କ ଦରମା ମିଳିନାହିଁ l ଫlର୍ମାସୀ ର ଔଷଧ ପ୍ରସ୍ତୁତି ପାଈଁ କଞ୍ଚାମାଲ ନାହିଁ l ଔଷଧ ଉତ୍ପାଦନ ଏକ ପ୍ରକାର ଠପ ହୋଇଯାଇଛି l ସେମାନଙ୍କ ବୋନସ ରାଶି ମିଳିନାହିଁ l ଆସିକା ଫlର୍ମାସୀରେ ପରିଚାଳନା ନିର୍ଦ୍ଦେଶକ ମାନଙ୍କ ଦୁଇ ଗୋଷ୍ଠୀ ଯୋଗୁଁ ଏଭଳି ଅଚଳା ଅବସ୍ଥା ଦେଖିବାକୁ ମିଳୁଛି l ଅନେକ ଥର ପରିଚାଳନା ପରିଷଦ ବୈଠକ କୋରମ ଅଭାବରୁ ଆଇନ ଅନୁସାରେ ବୈଧ ହେଉନାହିଁ l
କଞ୍ଚାମାଲ କ୍ରୟ ପାଈଁ କିଣା ବିକା କମିଟି ର ଅନୁମୋଦନ ର ଆବଶ୍ୟକ ରହିଛି l ଫlର୍ମାସୀର କ୍ରୟ ବିକ୍ରୟ କମିଟି ର ଜଣେ ସଦସ୍ୟ କୁଆଡେ ମୃତ୍ୟୁ ବରଣ କରିଥିବା ହେତୁ ନୂତନ କମିଟି ଗଠନ କୁ ପରିଚାଳନା ବୋର୍ଡ ଅନୁମୋଦନ ହେଉପାରିଲା ନାହିଁ l ଏଣୁ କୌଣସି କଞ୍ଚାମାଲ ଫlର୍ମାସୀ ରେ ଔଷଧ ତିଆରି ପାଈଁ ଆସି ପାରୁନାହିଁ l ଆସିକା ଫlର୍ମାସୀ ସମେତ ଅନ୍ୟ ବ୍ରାଞ୍ଚ କାର୍ଯ୍ୟଳୟ ର ମଧ୍ୟ ସମାନ ଅବସ୍ଥା ରହିଛି l ଏଭଳି ବହୁ ବିଧ ସମସ୍ୟା କୁ ତୁରନ୍ତ ପ୍ରଶାସନିକ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେବାକୁ କାର୍ଯ୍ୟରତ କର୍ମଚାରୀ ମାନେ ଧାରଣାରେ ଅଡ଼ି ବସିଛନ୍ତି l