(ବିପ୍ଲବୀ ପରିକ୍ରମା ବ୍ୟୁରୋ); ଇଣ୍ଡିଆ’ର ନାମ ପରିବର୍ତ୍ତନ କରାଯାଇ ‘ଭାରତ’ କରାଯିବାକୁ ନେଇ ନିକଟରେ ସାରା ଦେଶରେ ବିରୋଧୀଙ୍କ ପକ୍ଷରୁ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା ।ଗତ ସେପ୍ଟେମ୍ବର ମାସ ୧୮-୨୨ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶରେ କେନ୍ଦ୍ର ସରକାର ଏନେଇ ଏକ ବିଲ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ବୋଲି ଲେଖାଯାଇଥିଲା । ସେହିଠାରୁ ହିଁ ଆରମ୍ଭ ହୋଇଥିଲା ବିବାଦ । ନାମ ପରିବର୍ତ୍ତନ ପାଇଁ ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ନାହିଁ ବୋଲି ପରେ କେନ୍ଦ୍ର ସରକାର ଏନେଇ ସ୍ପଷ୍ଟୀକରଣ ଦେଇଥିଲେ ।ତେବେ ଏହା ମଧ୍ୟରେ ଉକ୍ତ ନାମ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ , ପୁଣି ଏନସିଇଆରଟି ପାଠ୍ୟ ପୁସ୍ତକରେ ଦେଖିବାକୁ ମିଳିବ ପରିବର୍ତ୍ତନ। ଇଣ୍ଡିଆ ବଦଳରେ ପାଠ୍ୟପୁସ୍ତକରେ ବ୍ୟବହାର ହୋଇପାରେ ଭାରତ । ଭାରତକୁ ଏନସିଇଆରଟି ବହିରେ ସ୍ଥାନ ଦେବା ପ୍ରସ୍ତାବକୁ ଗ୍ରହଣ କରିଛି ପ୍ୟାନେଲ । ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଗ୍ରହଣ କରିଛି ଏନସିଇଆରଟି ପ୍ୟାନେଲ । ବିରୋଧ ଦଳ ମେଣ୍ଟ ଇଣ୍ଡିଆ ନାମକରଣ ପରେ ଏହାକୁ ନେଇ ସାରା ଦେଶରେ ଏବେ ବି ଚର୍ଚ୍ଚା ଲାଗି ରହିଛି । ତେବେ ଏନସିଇଆରଟି ପାଠ୍ୟ ପୁସ୍ତକରୁ ଇଣ୍ଡିଆ ନାମ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ଏ ନେଇ ଏକ ପ୍ରସ୍ତାବ ଏନସିଇଆରଟି ପ୍ୟାନେଲକୁ ପଠାଯାଇଥିଲା । ଯାହାକୁ ଗ୍ରହଣ କରିଛି ଏନସିଇଆରଟି ପ୍ୟାନେଲ । ଆଗକୁ ଆସିବାକୁ ଥିବା ସବୁ ବହିରେ ଇଣ୍ଡିଆ ନାମ ହଟାଇ ସେହି ସ୍ଥାନରେ ଭାରତ ଉଲ୍ଲେଖ କରାଯିବ ବୋଲି ଏନସିଇଆରଟି କହିଛି । ସେହିପରି ହିନ୍ଦୁଙ୍କ ବିଜୟକୁ ମଧ୍ୟ ପୁସ୍ତକରେ ହାଇଲାଇଟ କରାଯିବ ବୋଲି ସମିତି ପ୍ରସ୍ତାବ ଦେଇଛି । ସେହିପରି ଆନସିଏଣ୍ଟ ହିଷ୍ଟ୍ରି ବଦଳରେ କ୍ଲାସିକାଲ ହିଷ୍ଟ୍ରି ପଢାଯିବାକୁ ମଧ୍ୟ ସମିତି ସୁପାରିସ କରିଛି ।