ଏମକେସିଜି ମେଡିକାଲ କଲେଜ ପି.ଜି ହଷ୍ଟେଲରେ ଗଣ୍ଡଗୋଳ ଘଟଣା

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ପି.ଜି ହଷ୍ଟେଲରେ ଗଣ୍ଡଗୋଳ ଘଟଣା, ତିନି ନମ୍ବର ହଷ୍ଟେଲକୁ ଘଟଣାରେ ସମ୍ପୃକ୍ତ ଜଣେ ଆସିଷ୍ଟାଣ୍ଡ ପ୍ରଫେସର, ତିନି ଜଣ ସିନିୟର ରେସିଡେଣ୍ଟ, ଜଣେ ପି.ଜି ଛାତ୍ର ମୋଟ ୫ ଜଣଙ୍କୁ ହଷ୍ଟେଲ ମନା l ତିନି ନମ୍ବର ହଷ୍ଟେଲରେ ନିଶା ଦ୍ରବ୍ୟ ବାରଣ ପାଇଁ ମେଡିକାଲ କତୃପକ୍ଷ ନିର୍ଦେଶ ଦେଇଛନ୍ତି l ରାତି ସାଢେ ୧୧ ଟା ପରେ ତିନି ନମ୍ବର ହଷ୍ଟେଲରେ କ୍ୟାଣ୍ଟିନ ବନ୍ଦ ରଖିବାକୁ ମଧ୍ୟ ନିର୍ଦେଶ ଦିଆ ଯାଇଥିବା ମେଡିକାଲ କଲେଜ ଡିନ କହିଛନ୍ତି l ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ କତୃପକ୍ଷଙ୍କୁ ଅବଗତ କରାଯାଇଛି ବୋଲି ମେଡିକାଲ କଲେଜ ଡିନ ପ୍ରଫେସର ଡାକ୍ତର ସୁଚିତ୍ରା ଦାସ କହିଛନ୍ତି l

ସେପଟେ ଘଟଣାରେ ସମ୍ପୃକ୍ତ ୫ଜଣ ଙ୍କ ନାଁ ରେ ମାମଲା ରୁଜୁ ହୋଇଛି. ଘଟଣାର ତଦନ୍ତ ଚାଲିଛି l ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସ.ପି ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here