ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ) :- ଆସନ୍ତା ୧୬ ଓ ୧୭ ତାରିଖ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି ୫ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ । ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ଆଜି ବ୍ରହ୍ମପୁର ସର୍କିଟ ହାଉସରେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାର ୧୨ ଜଣ ବିଧାୟକ ଓ ବିଧାୟିକା ମାନେ ଯୋଗ ଦେଇଥିଲେ । ୫ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଆସି ଜିଲ୍ଲାର ୧୩ଟି ନିର୍ବାଚନ ମଣ୍ଡଳୀ ଗସ୍ତ କରିବେ । ସମସ୍ତ ନିର୍ବାଚନ ମଣ୍ଡଳୀରେ କିଭଳି ବିଭିନ୍ନ ଯୋଜନାରେ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଚାଲୁ ରହିଛି ତାହା ତଦାରଖ କରିବା ସହ ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିବେ । କିଭଳି ଶାନ୍ତିଶୃଙ୍ଖାଳର ସହିତ ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମ ସଫଳ ହେବ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଏହାସହିତ ଜିଲ୍ଲାରେ ବିଜେଡ଼ିର ସାଙ୍ଗଠନିକ ସ୍ଥିତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ କିଭଳି ଜିଲ୍ଲାର ୧୩ଟି ବିଧାନସଭା ଓ ୨ଟି ଲୋକସଭା ଆସନରେ ବିଜେଡ଼ି ବିପୁଳ ମାତ୍ରରେ ବିଜୟ ଲାଭ କରିବ ସେ ନେଇ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ନିମନ୍ତେ ଆହ୍ବାନ ଦେଇଥିଲେ ସାଙ୍ଗଠନିକ ସମ୍ପାଦକ । ଗଞ୍ଜାମ ଜିଲ୍ଲା ସବୁଠାରୁ ବଡ଼ ଜିଲ୍ଲା ହେବା ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିତ୍ବ ଜିଲ୍ଲା ହୋଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ଏହାକୁ ଅଧିକ ଗୁରୁତ୍ବ ଦେଉଛନ୍ତି । ତେଣୁ ଗଞ୍ଜାମ ଜିଲ୍ଲାରୁ ହିଁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଅନ୍ୟ ଜିଲ୍ଲାରେ ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲା ବିଜେଡ଼ି ସଭାପତି ।