କଟକ ( ବିପ୍ଲବୀ ପରିକ୍ରମା ):- କଟକ ଲୋକସଭା ଆସନରୁ ଲଢିବେ କି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ? ସାଧାରଣରେ ଏନେଇ ଚର୍ଚ୍ଚା ଭିତରେ ରବିବାର ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରେଳମନ୍ତ୍ରୀ ।
ମୁଁ ଦଳର ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା । ଯେଉଁଠି ଯାହା ଦଳ କାମ ଦିଏ, ତାହା ମୁଁ ସେଠି କରେ । ଗୋଟିଏ ଦିନରେ କଟକରେ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ କାର୍ଯ୍ୟକ୍ରମ ଏହି ଚର୍ଚ୍ଚାକୁ ବଢ଼ାଇ ଦେଇଛି ।କେନ୍ଦ୍ର ରେଳମନ୍ତ୍ରୀ ଆଠଗଡରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବା ସହ ଆଠଗଡ, ତିଗିରିଆ ଓ ବଡମ୍ବାକୁ ମାରାଥନ ଗସ୍ତ କରିଛନ୍ତି ।ସଙ୍ଗଠନ ସମ୍ପର୍କରେ ନେତାଙ୍କ ସହ ଆଲୋଚନା କରିଛନ୍ତି ଆଉ ଲୋକଙ୍କୁ ପୁଳାପୁଳା ପ୍ରତିଶ୍ରୃତି ବି ଦେଇଛନ୍ତି । ଆଠଗଡ ଘଂଟିଖାଲରେ ଓଭରବ୍ରିଜ କରିବାକୁ ଘୋଷଣା କରିଛନ୍ତି । ଘଂଟିଖାଲ ଓ ରାଜାଆଠଗଡରେ ରେଳଷ୍ଟେସନରେ ଏକ୍ସପ୍ରେସ ରହଣି କରିବ ବୋଲି କହିଛନ୍ତି । ତିଗିରିଆ ପାଂଚଗାଁ ଖେଳପଡିଆରେ ଫୁଟବଲ ଟୁର୍ଣ୍ଣାମେଂଟରେ ସାମିଲ ହୋଇଛନ୍ତି । ଆଉ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ଯେ, କଟକରୁ ଅଶ୍ୱିନୀ ବୈଷ୍ଣବ ଲୋକସଭା ପ୍ରାର୍ଥୀ ହୋଇପାରନ୍ତି ।
ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କେନ୍ଦ୍ରମନ୍ତ୍ରୀ ଓ ନେତାଙ୍କୁ ପଠାଇ ବିଜେପି ନିଜ ସପକ୍ଷରେ ମାହୋଲ ତିଆରି କରିଥିଲା । ତେଣୁ ସେହି ଆଧାରରେ ଅଶ୍ୱିନୀଙ୍କୁ ବି କଟକ ଭଳି ହାଇ ଭୋଲଟେଜ ଆସନରୁ ପ୍ରାର୍ଥୀ କରାଇବା ଯୋଜନା କରୁଛି ବିଜେପି । ନ ତେଣୁ ଅଶ୍ୱିନୀ ବୈଷ୍ଣବ କଟକରୁ ପ୍ରାର୍ଥୀ ହେଲେ ଏକ ବଡ ସମ୍ଭାବନା ସୃଷ୍ଟି ହୋଇପାରେ ହୋଲି ବିଜେପି ଆକଳନ କରୁଛି । ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱରରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ବାଲେଶ୍ୱରରେ ସେ ଜିଲ୍ଲାପାଳ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଆଉ ୧୯୯୯ ମହାବାତ୍ୟା ବେଳେ କଟକର ଜିଲ୍ଲାପାଳ ରହି ଗୁରୁ ଦାୟିତ୍ୱ ତୁଲାଇଥିଲେ । ତେଣୁ କଟକ ତାଙ୍କୁ ବେଶ୍ ସୁହାଇବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।