ବିପ୍ଲବୀ ପରିକ୍ରମା ଡିଜିଟାଲ :- ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ହରିଶ ଟଣ୍ଡନ । ଖୁବଶୀଘ୍ର ରାଜ୍ୟର ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି । ସୁପ୍ରିମକୋର୍ଟ କଲେଜିୟମ ଏନେଇ ସୁପାରିଶ କରିଛନ୍ତି । ଜଷ୍ଟିସ ଚକ୍ରଧାରୀ ଶରଣ ସିଂହଙ୍କ ଅବସର ପରେ ଚଳିତ ବର୍ଷ ଜାନୁଆରୀ ୧୯ ତାରିଖରୁ ମୁଖ୍ୟ ବିଚାରପତି ପଦ ଖାଲି ପଡିଛି । ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ହରିଶ ଟଣ୍ଡନଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସୁପାରିଶ କରିଛନ୍ତି ।