ବିପ୍ଲବୀ ପରିକ୍ରମା ବ୍ୟୁରୋ :- ନୂଆବର୍ଷ ପୂର୍ବରୁ ବଦଳିଛନ୍ତି ରାଜ୍ୟ କଂଗ୍ରେସର ପ୍ରଭାରୀ । ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତକୁ ନେଇ ଉତ୍ସାହିତ ଥିବା, କଂଗ୍ରେସ ନେତା ଓ କର୍ମୀଙ୍କ ଭିତରେ ଉତ୍ସାହ ଆହୁରି ଦୁଇ ଗୁଣିତ ହୋଇଯାଇଛି, ଯେତେବେଳେ ରାଜ୍ୟର ନୂଆ ପ୍ରଭାରୀ ଓଡ଼ିଶା ଆସିବାର ସ୍ପଷ୍ଟ ହୋଇଛି । ନ୍ୟାୟ ଯାତ୍ରାରେ ରାହୁଲ ଓଡ଼ିଶା ଆସିବାର ଠିକ୍ ପୂର୍ବରୁ ଓଡ଼ିଶା ନେତାଙ୍କୁ ଭେଟି ରଣନୀତି ପ୍ରସ୍ତୁତ କରିବେ ଅଜୟ କୁମାର । ନାଗପୁରରେ ଆୟୋଜିତ କଂଗ୍ରେସର ୧୩୯ତମ କଂଗ୍ରେସ ପ୍ରତିଷ୍ଠା ଦିବସ ଅବସରରେ ନବ ନିଯୁକ୍ତ ପ୍ରଭାରୀଙ୍କୁ ଭେଟିଛନ୍ତି ପିସିସି ସଭାପତି । ଏହି ସମୟରେ ଅଜୟ କୁମାରଙ୍କ ସହ ଚର୍ଚ୍ଚା-ଆଲୋଚନା କରିବା ସହ ଓଡ଼ିଶା ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି । ଜାନୁୟାରୀ ୬ ଓ ୭ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅଜୟ କୁମାର । ଓଡ଼ିଶା କଂଗ୍ରେସ ପକ୍ଷରୁ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ବଡ଼ କଥା ହେଉଛି ପିସିିିସି ସଭାପତିଙ୍କ ସହ ଆଲୋଚନା ସମୟରେ….
ସଂଗଠନକୁ ମଜବୁତ କରିବା ,ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା,ଓଡ଼ିଶାରେ ସରକାର ଗଠନ ପାଇଁ ଉଦ୍ୟମ କରିବା, ଆଦି ପ୍ରସଙ୍ଗରେ ଅଲୋଚନା କରିଛନ୍ତି ପ୍ରଦେଶ କମିଟି ସଭାପତି ଶରତ ପଟ୍ଟନାୟକ > ଓଡ଼ିଶା କଂଗ୍ରେସର ନବ ନିଯୁକ୍ତ ପ୍ରଭାରୀ ଅଜୟ କୁମାରଙ୍କ ଏହି ଗସ୍ତ ଏଥିପାଇଁ ଗୁରୁତ୍ୱ ରଖୁଛି କାରଣ, ଏହା ପରେ ପରେ ବଡ଼ ଧରଣର ନ୍ୟାୟ ଯାତ୍ରା କରିବାକୁ ଯାଉଛି କଂଗ୍ରେସ । ୧୪ଟି ରାଜ୍ୟକୁ ଛୁଇଁବାକୁ ଥିବା ଏହି ଯାତ୍ରା ଓଡ଼ିଶା ଦେଇ ମଧ୍ୟ ଯିବ । ତେଣୁ ରାହୁଲ ଗାନ୍ଧୀ ଓଡ଼ିଶା ଆସିବା ପୂର୍ବରୁ ଦଳୀୟ ନେତାଙ୍କ ଉତ୍ସାହକୁ ବଢ଼ାଇବାରେ ସହଯୋଗ କରିବ ରାଜ୍ୟ ପ୍ରଭାରୀଙ୍କ ଗସ୍ତ । ଆସନ୍ତା ମାସରେ ଦଳର ଶୀର୍ଷ ନେତା ରାହୁଲ ଗାନ୍ଧୀ ଆସିବାର କାର୍ଯ୍ୟକ୍ରମ ରହିଛି । ଆଉ ଏହାପୂର୍ବରୁ ନୂଆପ୍ରଭାରୀ ପହଞ୍ଚି ରାଜ୍ୟ କଂଗ୍ରେସକୁ ନୂଆ ରଣନୀତି ପାଇଁ ପ୍ରସ୍ତୁତ କରିବେ l