ପ୍ରଦୀପ ଓ ପ୍ରଶାନ୍ତଙ୍କ ପାଇଁ ଅଡୁଆ କିଏ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ରାଜ୍ୟର ଦୁଇ କାର୍ପଟଦାର ନେତା ବିଜେପି ଘରକୁ ପଶି ପାରୁ ନାହାନ୍ତି କାହିଁକି । ବିଜେପି ରେ ମିଶିବେ ମିଶିବେ ବୋଲି କେବଳ ପ୍ରଚାର ହେଉଛି । କିନ୍ତୁ ତାରିଖ ବେଳକୁ ବାତିଲ ।

ତା ମାନେ କିଛି ତ ଅଛି ? ଏମିତି ସ୍ଥିତିରେ ଲଟକି ରହି ଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଗୁରୁବାର ଏମାନେ ବିଜେପିରେ ମିଶିବେ ବୋଲି ପ୍ରଚାର ହେଲା । କିନ୍ତୁ ତାହା ହେଲାନାହିଁ । କଂଗ୍ରେସ ଓ ବିଜେଡିର କିଛି କର୍ମୀ ଏବଂ ନେତା ଦଳରେ ସାମିଲ ହେଲେ । ବିଜେଡିରୁ ବିଦା ହୋଇଥିବା ଏହି ଦୁଇ ବିଧାୟକଙ୍କ ବିଜେପିରେ ମିଶ୍ରଣକୁ ଅନେକ ବିଜେଡି ଅସନ୍ତୁଷ୍ଟ ପୁରୁଖା ଅପେକ୍ଷା କରିଛନ୍ତି । ଏମାନେ ମିଶିଲେ, ଅନ୍ୟମାନଙ୍କର କାଳେ ବାଟ ଫିଟିଯିବ । ହେଲେ ଏମାନଙ୍କ ମିଶ୍ରଣକୁ କିଏ ଅଟକାଇ ରଖିଛି ? କାହା ପାଇଁ ବିଜେପି କବାଟ ଖୋଲୁନି । ବିଜେଡି – ବିଜେପି ର ଭିତିରିଆ ଡିଲ ଏହାର କାରଣ କି? ଏମିତି ଚର୍ଚ୍ଚା ରାଜ୍ୟରେ ବଢ଼ୁଥିବା ବେଳେ ବିଜେପି ନେତୃତ୍ୱ ପ୍ରତି ମଧ୍ୟ ବଢ଼ୁଛି ସନ୍ଦେହ ।

ବର୍ତମାନ ସ୍ଥିତିରେ ଅନେକ ନେତା ବିଜେଡି ଛାଡ଼ି ବିକଳ୍ପ ଖୋଜୁଥିବା ବେଳେ ଅନେକ ନେତା ବିଜେପିକୁ ଭରସା କରି ରହିଛନ୍ତି । । ବିଜେପି ପ୍ରଦୀପଙ୍କୁ ନେବ ଓ ସେ ଗଞ୍ଜାମ ଜିଲ୍ଲାରେ ବିଜେପିକୁ ବଢ଼ାଇବେ । ଏହି ଆଲୋଚନା ପ୍ରାୟ ଦେଢ଼ବର୍ଷ ତଳୁ ଚାଲିଛି । ପ୍ରଦୀପ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ବି ଜୋର ଧରିଛି । ସିଧା ନହେଲେ ବି ବୁଲେଇ ବଙ୍କେଇ ପ୍ରଦୀପ ଏବଂ ବିଜେପି ନେତାଏ କହିଛନ୍ତି । ପ୍ରଦୀପ ଅମୁକ ଦିନ ବିଜେପିରେ ମିଶିବେ, ସମୁକ ଦିନ ମିଶିବେ, ମୋଦି ଓଡ଼ିଶା ଆସିଲେ ମିଶିବେ, ଅମିତ ଶାହା ଓଡ଼ିଶା ଆସିଲେ ମିଶିବେ, ଦିଲ୍ଲୀରେ ଯାଇ ମିଶିବେ । ଏମିତି ଚର୍ଚ୍ଚା ବାରମ୍ବାର ହେଉଛି । ହେଲେ ତାରିଖ ଆସିବା ବେଳକୁ ତାହା ପୁଣି ବାତିଲ ହୋଇଯାଉଛି । ସମାନ ସ୍ଥିତି ବି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ନେଇ ଚାଲିଛି ।

ଏହି ଦୁଇ ବିଧାୟକ ବିଜେପିରେ ମିଶିଲେ କ୍ଷତି ବିଜେଡିର ନିଶ୍ଚିତ ହେବ । ବିଜେପି ଆହୁରି ଫାଇଦାରେ ରହିବ । ଲୋକସଭା ପାଇଁ ଯେତିକି ଫାଇଦା ନହେବ ବିଧାନସଭାରେ ଫାଇଦା ବିଜେପିକୁ ଯିବ ଏମିତି ଖାଲି ଚର୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here