ବାଘ ପାଇଁ ଲୋକେ ଭୟଭୀତ

0

ଗଜପତି ( ବିପ୍ଲବୀ ପରିକ୍ରମା ):-  ପୁଣି ବାଛୁରୀ କୁ ମାରି ଖାଇଲା ବାଘ,ଗଜପତି ପରେ ଏବେ ରାୟଗଡ଼ା ରେ ବାଘର ଆତଙ୍କ, ପଦ୍ମପୁର ପରେ ଗୁଡାରୀ ତେମ୍ବାଗୁଡା ରେ ପାଦ ଚିହ୍ନ, ବନ ବିଭାଗର ନିଦ ହଜାଇଛି ମହାବଳ  , ମହାରାଷ୍ଟ୍ରରୁ ଆସି ଓଡିଶା ଜଙ୍ଗଲରେ କରୁଛି ବିଚରଣ,  ବାଘ ପାଇଁ ଲୋକେ, ଭୟଭୀତ | ଦିନ କୁ ଦିନ ବଦଳାଉଛି ସ୍ଥାନ | ଗତ କିଛି ଦିନ ହେବ ବାଘ ଗଜପତି ରୁ ରାୟଗଡା | ଆଉ ରାୟଗଡା ର ପଦ୍ମପୁର ପରେ ଗୁଡାରୀ ଓ ମୁନିଗୁଡ଼ା ରେ ବିଚରଣ କରୁଛି | ଏବେ ତିନି ହେବ ପଦ୍ମପୁର ଅଞ୍ଚଳରେ ବିଭିନ୍ନ ସ୍ଥାନ ବୁଲୁଥିଲା | ଯାହାର ପାଦ ଚିହ୍ନ ବନ ବିଭାଗ ସଂଗ୍ରହ କରିଥିଲା | ଗତ କାଲି ସକାଳୁ ପଦ୍ମପୁର ର କେନ୍ଦୁଗୁଡା ସାନ ନଦୀ, ସୁନାପାଲି, ଆମ୍ବାବାଡ଼ି ଅଞ୍ଚଳ ରେ ବାଘ ର ପାଦ ଚିହ୍ନ ଦେଖିବାକୁ ମିଳିଥିଲା | ପରେ ଗୁଡାରୀ ର ସାନହୁମା ଅଞ୍ଚଳରେ ପାଦ ଚିହ୍ନ ଦେଖିବାକୁ ମିଳିଥିଲା | ଆଜି ସକାଳୁ ଗୁଡାରୀ ର ଢେପଗୁଡା ଓ ତେମ୍ବାଗୁଡା ରେ ଏକ ବାଛୁରୀ କୁ ଖାଇଛି ମହାବଳ, ସକାଳୁ ତଳେ ରକ୍ତ ଦେଖି ବାଛୁରୀ ନଥିବା ଆଉ ବାଘ ଖାଇ ଥିବା ନେଇ ବନ ବିଭାଗ କୁ ଖବର ଦେଇଥିଲେ | ଆଉ ଇଏ ହେଉଛି ସେହି ଫଟୋ | ବାଘ ତାର ସୁରକ୍ଷିତ ସ୍ଥାନ ଓ ଖାଦ୍ୟ ଅନ୍ୱେଷଣ ନେଇ ପ୍ରତିଦିନ ଗୋଟିଏ ସ୍ଥାନ ରୁ ଅନ୍ୟ ସ୍ଥାନ କୁ ଘୁରି ବୁଲୁ ଥିବାବେଳେ ବାଘ ପାଇଁ ଲୋକଙ୍କ ମନରେ ଭୟ , ହେଲେ ଆଜି ଯାଏଁ ବନ ବିଭାଗ କେବଳ ତାର ଗତିବିଧି ଉପରେ ନଜର ରଖିଛି ସତ କିନ୍ତୁ ବନ ବିଭାଗ କିମ୍ବା ଲୋକେ ବାଘକୁ ଦେଖି ନାହାନ୍ତି l

LEAVE A REPLY

Please enter your comment!
Please enter your name here