ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):-ଭିଜିଲାନ୍ସ ହାତରେ ରାସଗୋବିନ୍ଦପୁର ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଗୁରା ସିଂ। ଏକ ବୋରୱେଲ କାର୍ଯ୍ୟର ସର୍ଭେ କରିବା ପାଇଁ ଜନୈକ ଧର୍ମପଦ ବେହେରାଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବାରମାଇଲ ଛକ ନିକଟରେ ଧରିଛି ଭିଜିଲାନ୍ସ।ରାଶୋଳ ଗାଁ ର ଖଗେଶ୍ୱର ବେହେରା ଙ୍କ ଜମିରେ ଏକ ଉଠା ଜଳସେଚନ ପଏଣ୍ଟ ଖୋଳିବା ଲାଗି ଆବେଦନ କରିଥିଲେ। ସରଜମୀନ ରିପୋର୍ଟ ଦେବା ଲାଗି ସହକାରୀ ଯନ୍ତ୍ରୀ ଗୁରା ସିଂ ଖଗେଶ୍ୱର ଙ୍କ ପୁଅ ଧର୍ମପଦ ବେହେରା ଙ୍କ ଠାରୁ ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ବାରିପଦା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଯନ୍ତ୍ରୀ ଙ୍କୁ ବାରିପଦା ଭିଜିଲାନ୍ସ ଅଫିସ କୁ ଆଣି ଅଧିକ ପଚରାଉଚରା କରାଯାଉଛି।