ସଫରୋନ ର ନିଆରା ପ୍ରୟାସ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଖାଦ୍ୟ ଆମ ଜୀବନର ଆଧାର । ଆଉ ଏହି ଆଧାରକୁ ସଫରୋନ ଦେଇଛି ଏକ ନୂଆ ପରିଚୟ । ଲୋକଙ୍କ ପାଖରେ ସଫରୋନ ପହଞ୍ଚାଇଛି ସୁସ୍ଥ ଓ ସ୍ଵାଦିଷ୍ଟ ଖାଦ୍ୟ । ସେ ପୁଣି ନୂଆ ଅନ୍ଦାଜ ଓ ନୂଆ ଢଙ୍ଗରେ । ସଫରୋନ ନିଜ ଜାଇକାଦାର ଫୁଡ଼ର ଲାଜବାବ ସ୍ଵାଦରେ ଜିଣିଛି ଲୋକଙ୍କ ହୃଦୟ । ଆଉ ଘରେ ଘରେ ପହଞ୍ଚିପାରିଛି ସଫରୋନର ଏହି ସଫଳ ଯାତ୍ର । ନିଜ ଭିତରର ଟ୍ୟାଲେଣ୍ଟ ସହ ପରିଚିତ ହୋଇପାରିଛନ୍ତି ବହୁ ଛାତ୍ରଛାତ୍ରୀ । ଆଉ ଅନେକ ଛାତ୍ରଛାତ୍ରୀଙ୍କୁ ସ୍ୱାଭିମାନର ସହ ବଞ୍ଚିବାର ବାଟ ଦେଖାଇଛି ସଫରୋନ ତେବେ ସଫରୋନର ଏହି ସଫଳ ଯାତ୍ରକୁ ସେଲିବ୍ରେସନ କରିବା ପାଇଁ ସଫରୋନ ତରଫରୁ ଆରମ୍ଭ ହୋଇଚି ଫୁଡ କାର୍ଣ୍ଣିଭାଲ  ୨୦୨୩ l କଟକ ବାରବାଟି ଷ୍ଟାଡିୟମ୍ ଜାଭିୟର୍ସ ସ୍କୁଲ ପରିସରରେ ଖୋଲିଥିବା ଏହି ଫୁଡ କାର୍ଣ୍ଣିଭାଲ କୁ ଉଦଘାଟନ କରିଛନ୍ତି କଟକ ମେୟର ସୁବାଷ ସିଂ । ସମ୍ମାନୀୟ ଅତିଥି ଭାବେ ଓଡିଶୀ ନୃତ୍ୟ ଗୁରୁ ଶ୍ରୀମତୀ ମୀରା ଦାସ, ଅନ୍ୟାନ୍ୟ ଅତିଥି ଭାବରେ କଟକ ମହାନଗର ନିଗମର ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ପ୍ରମୁଖ ଯୋଗଦେଇ ଏହି ସଫରୋନ ଫୁଡ କାର୍ନିଭାଲ ୨୦୨୩ର ଶୋଭାକୁ ଦୁଇଗୁଣ ବଢ଼ାଇଛନ୍ତି l

LEAVE A REPLY

Please enter your comment!
Please enter your name here