(ବିପ୍ଳବୀ ପରିକ୍ରମ ବ୍ୟୁରୋ) ; ସମଲିଙ୍ଗୀ ଯୋଡିକୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଝଟ୍କା। ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ସଫା ସଫା ମନା କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଶୁଣାଣି କରି ଏହି ରାୟ ଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି, ସ୍ୱତନ୍ତ୍ର ବିବାହ ଆଇନ ଆଣିବା ଅଧିକାର କୋର୍ଟଙ୍କ ପାଖରେ ନାହିଁ । ସଂସଦ ଦ୍ୱାରା ଆଇନ୍ ଆସିଲେ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ମିଳିପାରିବ । ସମଲିଙ୍ଗୀ ବିବାହ ମାମଲାରେ ସିଜେଆଇଙ୍କ ସମେତ ଜଷ୍ଟିସ୍ କୌଲ୍, ଜଷ୍ଟିସ୍ ଏସ ରବିନ୍ଦ୍ର ଭଟ୍ଟ, ଜଷ୍ଟିସ୍ ପିଏମ୍ ନରସିଂହ ଏବଂ ଜଷ୍ଟିସ୍ ହିମା କୋହଲିଙ୍କ ଖଣ୍ଡପୀଠ ଶୁଣାଣି କରୁଥିଲେ ।ମାମଲାର ରାୟ ୩-୨ରେ ଭାଗ ଭାଗ ହୋଇ ରହିଥିଲା । ହେଲେ ସ୍ୱତନ୍ତ୍ର ବିବାହ ଆଇନ୍ ଆଣିବା କୋର୍ଟଙ୍କ ଅଧିନରେ ନାହିଁ । ସମଲିଙ୍ଗୀ ବିବାହକୁ ଆଇନ ସ୍ୱୀକୃତି ମିଳୁ ବୋଲି ଦେଶର ବିଭିନ୍ନ ହାଇକୋର୍ଟରେ ଆବେଦନ ହୋଇଥିଲା । ଗତ ବର୍ଷ ଡିସେମ୍ବର ମାସରେ ସବୁ ମାମଲା ସୁପ୍ରିମକୋର୍ଟକୁ ଫରୱାର୍ଡ କରାଯାଇଥିଲା । ପରେ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ମାଗିଥିଲେ ସର୍ବୋଚ୍ଚ ନାୟାଳୟ । ଗଗତ ଏପ୍ରିଲ ୧୧ ତାରିଖରେ ସାମ୍ବିଧାନିକ ବେଞ୍ଚ ଏହା ଉପରେ ହୋଇଥିବା ଆବେଦନର ଶୁଣାଣି ଆରମ୍ଭ କରିଥିଲେ ଏବଂ ଗତ ମେ ୧୧ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ। ସୁପ୍ରିମକୋର୍ଟ ଏନେଇ ଆଗତ ପ୍ରାୟ ୨୧ ଟି ପିଟିସନର ଏକାଠି ଶୁଣାଣି କରିଥିଲେ।୧୮ ଯୋଡ଼ା ସମଲିଙ୍ଗୀ ଦମ୍ପତି ସେମାନଙ୍କ ସମ୍ପର୍କକୁ ଆଇନଗତ ମାନ୍ୟତା ପ୍ରଦାନ କରିବାକୁ ଆବେଦନ କରିଥିଲେ। ସେମାନେ ସମଲିଙ୍ଗୀ ବିବାହକୁ ସାମାଜିକ ଓ ଆଇନଗତ ମାନ୍ୟତା ପାଇଁ ଅନୁରୋଧ କରିଥିଲେ। ଦେଶରେ ପ୍ରଚଳିତ ସ୍ୱତନ୍ତ୍ର ବିବାହ ଆଇନରେ ସମଲିଙ୍ଗୀ ବିବାହକୁ ମଧ୍ୟ ସାମିଲ କରିବାକୁ ସେମାନେ କହିଥିଲେ।