ଆସିକା ( ବିପ୍ଲବୀ ପରିକ୍ରମା ):- ଆସିକା ବ୍ଲକ ର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଅଳ୍ପ ଦୂର ରେ ଥିବା ଗାଁ ରେ ଏବେ ହଇଜା ଲାଗିଲାଣି I ଏହା ଦେଖିବାକୁ ମିଳିଛି ବାଲିସିରା ପଞ୍ଚାୟତ ଅନ୍ତର୍ଗତ କାନ୍ଧ ସୁନ୍ଦୁରା ପଲ୍ଲି ଗ୍ରାମରେ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇ ୦୩ ଜଣଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି।ବର୍ତ୍ତମାନ ଆସିକା ଓ ବ୍ରହ୍ମପୁରରେ ମେଡିକାଲରେ ୦୬ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
ଗ୍ରାମରେ ୪୦ ପରିବାର ରହିଥିବା ବେଳେ ୩ଦିନ ହେଲା ବ୍ୟାପିଛି ଝାଡ଼ାବାନ୍ତି। ଗ୍ରାମ ଲୋକଙ୍କ ଅଭିଯୋଗ ପ୍ରକାରେ ଝାଡା ବାନ୍ତୀରେ ଆକ୍ରାନ୍ତ ହୋଇ ୦୩ ଜଣଙ୍କ ମୃତ ହେଲାଣି ।କିଏ ମେଡିକାଲ କୁ ଯାଉଥିବା ବେଳେ ଅନ୍ୟ କେହି ଝଡଫୁଙ୍କା ଉପରେ ବିଶ୍ୱାସ କରି କାହାର ଜୀବନ ଚାଲିଯାଇଛି।
ଗ୍ରାମର ଗୀତାଞ୍ଜଳି ମଲିକଙ୍କ ଶାଶୁ ଓ ନଣନ୍ଦଙ୍କ ଝାଡ଼ାବାନ୍ତି ରେ ମୃତ୍ୟୁ ହୋଇଛି। ଏହାକୁ ନେଇ ଏକ ପ୍ରକାର ଆତଙ୍କ ଖେଳି ଯାଇଛି ଲ ତେଣୁ ଗାଁରେ କେତେକ ଘରେ ତାଲା ପଡିଛି ତ ଆଉ କିଏ ଗ୍ରାମ ଛାଡି ଚାଲିଯାଇଛନ୍ତି।
ଗ୍ରାମରେ ଗତ ଏକ ମାସ ହେଲା ଓଭେର ହେଡ ଟେଙ୍କ ଖରାପ ହୋଇଯାଇଥିବାରୁ ଲୋକେ ପିଇବା ପାଣି ଅନ୍ୟତ୍ର ବ୍ୟବହାର କରୁଥିଲେ।ସମ୍ଭବତଃ ଏହି କାରଣରୁ ଗାଁ ରେ ଏହି ଅସୁବିଧା ସୃଷ୍ଟି ହୋଇଛି।ଲୋକେ ଭୟ ଓ ଆତଂକରେ ରହିଛନ୍ତି।
ଏପଟେ ଆଜି ଏକ ଡାକ୍ତରୀ ଟିମ ପହଁଚିଛି।ଆସିକା ବିଡିଓ ଙ୍କ ତତ୍ୱାବଧାନ ରେ ଲୋକଙ୍କୁ ଔଷଧ ବାଣ୍ଟିବା ସହ ଗ୍ରାମର ପିଇବା ପାଣିର ନମୁନା ସଂଗ୍ରହ କରିଛନ୍ତି।