ପିକଅପ ଭ୍ୟାନ ରୁ ୧୦ ଗୋରୁ ଉଦ୍ଧାର,ଡ୍ରାଇଭର ଅଟକ 

0

ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ):-  ଗଜପତି ଜିଲ୍ଲା ମୋହନା ହାଇସ୍କୁଲ ଛକ ନିକଟରୁ ଏକ ପିକଅପ ଭ୍ୟାନ ସହ ଗୋରୁ ଜବତ କରିଛି ପୁଲିସ l ଅତ୍ୟନ୍ତ ଅମାନୁଷିକ ଭାବେ ବେଆଇନ ଭାବେ ଚାଲାଣ ହେଉଥିବା ୧୦ ଟି ଗୋରୁକୁ ସ୍ଥାନୀୟ ବଜରଙ୍ଗ ଦଳ ପକ୍ଷରୁ ଉଦ୍ଧାର କରିବା ସହ ମୋହନା ଥାନା ରେ ଜିମା ଦେଇଛନ୍ତି |

ଏହି ଚାଲାଣ ରେ ପିକ ଅପ ଡ୍ରାଇଭର କୁ ଅଟକ ରଖିଛି ପୁଲିସ l ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଡ଼େଙ୍ଗାପଦର ଗ୍ରାମରୁ ପିକ ଅପ ଭ୍ୟାନ ରେ ଗୋରୁ ବୋଝେଇ ହୋଇ ଆସୁଥିବା ବେଳେ ମୋହନା ହାଇସ୍କୁଲ ଛକରୁ ଉଦ୍ଧାର କରିଯାଇଛି l ଘଟଣା ର ତଦନ୍ତ ଚାଲିଥିବା ସୂଚନା ଦେଇଛି ପୁଲିସ l

LEAVE A REPLY

Please enter your comment!
Please enter your name here