ବିପ୍ଲବୀ ପରିକ୍ରମା ବ୍ୟୁରୋ :- ସ୍ୱଚ୍ଛତା କୁ ନେଇ ଆଉ ପାଦେ ଆଗକୁ ବଢିଛି ବାରିପଦା ପୌରପାଳିକା।ଗତ କିଛଦିନ ତଳେ ପୌରପାଳିକା ପକ୍ଷରୁ ବାରିପଦା ଜନସାଧାରଣଙ୍କ ସେବାରେ ସହରର ରାସ୍ତାକୁ ସ୍ୱଚ୍ଛ ରଖିବା ପାଇଁ ଯନ୍ତ୍ରଚାଳିତ ସଫେଇ ମେସିନ ଲୋକାର୍ପିତ କରାଯାଇଥିଲା।ଯାହାକି ଆସନ୍ତା ୧୫ ତାରିଖରୁ ଚାଲିବାକୁ ଥିବା ବେଳେ ଆଜି ବାରିପଦା ପୌରପାଳିକା କାର୍ଯ୍ୟାଳୟ ପରିସରରେ ୧୦ ଗୋଟି LCV ଗାଡିକୁ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଏବଂ ଉପନଗରପାଳ ସୀମା ଦାସ ସବୁଜ ପତାକା ଦେଖାଇ ଲୋକାର୍ପିତ କରିଛନ୍ତି।
ତେବେ ଆଗରୁ ସହରରେ ୨୦ ଟି LCV ଗାଡି ଘରକୁ ଘର ଯାଇ ଅଳିଆ କଲେକ୍ସନ କରୁଥିବା ବେଳେ ସହରରେ ସ୍ୱଚ୍ଛତାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବାରିପଦା ପୌରପାଳିକା ପକ୍ଷରୁ ଆଉ ୧୦ ଗୋଟି ନୂତନ LCV ଗାଡି ଯୋଡ଼ାଯାଇଛି।ଯାହାକି ୨୮ ଟି ୱାର୍ଡରେ ଘରକୁ ଘର ଯାଇ ଶୀଘ୍ର ଅଳିଆ କଲେକ୍ସନ କରିପାରିବ ବୋଲି କହିଛନ୍ତି ନଗରପାଳ l
ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୌରପାଳିକା ର ସମସ୍ତ ୱାର୍ଡ କାଉନସିଲର,ସଫେଇ ସୁପରଭାଇଜର,ସାନିଟାରୀ ଏକ୍ସପର୍ଟ ,ସଫେଇ ଗାଡି ଚାଳକ ଓ ବାରିପଦା ପୋୖରପାଳିକାର କର୍ମଚାରୀ ମାନେ ଉପସ୍ଥିତ ଥିଲେ।