ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ରାଜ୍ୟରେ ନିଯୁକ୍ତି ହେବେ ୧୦ ହଜାର କନିଷ୍ଠ ଶିକ୍ଷକ । ପୂରଣ ହେବ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ପଦବୀ । ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଖାଲିଥିବା ପଦବୀଗୁଡ଼ିକ ପୂରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ଏନେଇ ୧୦ ହଜାର କନିଷ୍ଠ ଶିକ୍ଷକଙ୍କୁ ନିୟୋଜିତ କରିବା ପାଇଁ ସ୍ଥିର କରାଯାଇଛି। ଏହି ନିୟୋଜନ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି । ଅଦ୍ୟାବଧି ଚାଲୁ ରହିଥିବା କନିଷ୍ଠ ଶିକ୍ଷକ ୨୦୨୩ର ସମସ୍ତ ନିୟୋଜନ ପ୍ରକ୍ରିୟା ଶେଷ ହେବା ପରେ ଯଥାଶୀଘ୍ର ନୂତନ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ କରାଯାଇଛି ।