ଶତ ପ୍ରତିଶତ ଦିବ୍ୟାଙ୍ଗଙ୍କୁ ଭୋଟ କେନ୍ଦ୍ରର ଦାୟିତ୍ୱ:ବାତିଲ ପାଇଁ ଦାବୀ 

0

ଆସିକା ( ବିପ୍ଲବୀ ପରିକ୍ରମା ):- ଆସନ୍ତା ମେ ୨0 ତାରିଖ ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ସ୍ୱତନ୍ତ୍ର ଦିବ୍ୟାଙ୍ଗ କେନ୍ଦ୍ର ପାଇଁ ଭୋଟ ଦାନ କେନ୍ଦ୍ରରେ ଶତ ପ୍ରତିଶତ ଦିବ୍ୟାଙ୍ଗଙ୍କୁ ଭୋଟ କେନ୍ଦ୍ରର ଦାୟିତ୍ୱ ପାଇଁ ତାଲିମ ନେବାକୁ ବାରମ୍ବାର ଚିଠି ହେଉଛି l ଏଭଳି ଏକ ଗ୍ରୁଫ ନମ୍ବର ୧୨୮ ପି ଡବ୍ଲ୍ୟୁ ଡି 0୭ ଟିମରେ ଅଛନ୍ତି ଦୁଇ ଜଣ ଶତ ପ୍ରତିଶତ ଦିବ୍ୟାଙ୍ଗ l ଏହି ଗ୍ରୁଫ ରେ ପ୍ରିଜାଡିଂ ଅଧିକାରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ,ପ୍ରଥମ ପୁଲିଙ୍ଗ ଅଧିକାରୀ ରୂପେ ସୁମନ ବଡ଼ତ୍ୟା,ଦ୍ୱିତୀୟ ପୁଲିଙ୍ଗ ଅଧିକାରୀ ରୂପେ ସୁଶାନ୍ତ କୁମାର ପଣ୍ଡା,ତୃତୀୟ ପୁଲିଙ୍ଗ ଅଧିକାରୀ ରୂପେ ଅଜିତ କୁମାର ରଣା, ଚତୁର୍ଥ ପୁଲିଙ୍ଗ ଅଧିକାରୀ ରୂପେ ଶିକ୍ଷକ ଜଗନ୍ନାଥ ପାତ୍ର, ପଞ୍ଚମ ପୁଲିଙ୍ଗ ଅଧିକାରୀ ରୂପେ ପିଅନ ଭଗବାନ ମହାପାତ୍ର କୁ ରଖାଯାଇଛି l ଆଶ୍ଚର୍ଯ୍ୟ ର କଥା ଚତୁର୍ଥ ପୁଲିଙ୍ଗ ଅଧିକାରୀ ରୂପେ ଶିକ୍ଷକ ଜଗନ୍ନାଥ ପାତ୍ର, ପଞ୍ଚମ ପୁଲିଙ୍ଗ ଅଧିକାରୀ ରୂପେ ପିଅନ ଭଗବାନ ମହାପାତ୍ର ଙ୍କ ଶତ ପ୍ରତିଶତ ଦିବ୍ୟାଙ୍ଗ ରହିଥିବାରୁ କିଭଳି ଭୋଟ ଦାନ କେନ୍ଦ୍ରରେ ଲୋକ ମାନଙ୍କ ମୂଲ୍ୟବାନ ଭୋଟ କୁ ସଠିକ ଭାବେ ସେବା ଯୋଗାଇବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l

ଏହାରି ଉପରେ ପ୍ରିଜାଡିଂ ଅଧିକାରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲା ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀଙ୍କୁ ବହୁତ ଥର ଚିଠି କଲେ ମଧ୍ୟ କେହି ଶୁଣୁନଥିବା କହିଛନ୍ତି l ଏସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଣି କୁ ପଚାରିବାରୁ ସେ ଏଡିଏମ ବୁଝିବେ ବୋଲି ଉତ୍ତର ରଖିଥିଲେ l ଆସିକା ଦାୟିତ୍ୱ ରେ ଥିବା ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ ଆସନ୍ତା ରାଉଣ୍ଡ ୨ ତାଲିମ ସମୟରେ କହିଲେ ନାମ ଗୁଡିକୁ ନିଶ୍ଚୟ ବାଦ ଦେବୁ l ତଥାପି ଶିକ୍ଷକ ଜଗନ୍ନାଥ ପାତ୍ର ତାଙ୍କ ନାମ ସାଧାରଣ ନିର୍ବlଚନ ଦାୟିତ୍ୱ ରୁ ବାତିଲ ପାଇଁ ଚିଠି ଲେଖିଛନ୍ତି l ଜିଲ୍ଲାପ୍ରଶାସନ ଏମାନଙ୍କ ପ୍ରତି ସୁଵିଚାର କରିବାକୁ ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି l

LEAVE A REPLY

Please enter your comment!
Please enter your name here