ମାଲକାନଗିରି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମାଟ୍ରିକ ପରୀକ୍ଷାର ଇଂରାଜୀ ବିଷୟରେ ପରୀକ୍ଷା ଦେବା ପରେ ସତେ ଯେମିତି କେଉଁଆଡେ ଗାଏବ ହୋଇଗଲେ ଛାତ୍ରୀ ଜଣକ l ହଷ୍ଟେଲ କତୃପକ୍ଷ ଏବଂ ବିଦ୍ୟାଳୟ କତୃପକ୍ଷ ଅନେକ ସମୟ ଖୋଜା ଖୋଜି କରି ନ ପାଇବା ପରେ ଛାତ୍ରୀଙ୍କ ଘରକୁ ଜଣାଇଲେ l ଆଉ ଛାତ୍ରୀର ପରିବାର ଆସିଲା ବେଳକୁ ଛାତ୍ରୀ ଜଣକ ବିଦ୍ୟାଳୟର ଛାତ ଉପରେ ଥିବା ଟାଙ୍କି ପାଖରେ ପ୍ରସବ କରିଛି l ମାଲକାନଗିରି ଚିତ୍ରକୋଣ୍ଡା ହଷ୍ଟେଲରୁ ଜଣେ ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ କରିଛନ୍ତି । ହଷ୍ଟେଲର ଚାରିକାନ୍ଥ ଭିତରେ ରହୁଥୁବା ଏବଂ ସ୍କୁଲରେ ପାଠପଢ଼ୁ ଥୁବା ଏ ଛାତ୍ରୀ କିଭଳି ମା ହେଲେ ସେ ନେଇ ଏବେ ପ୍ରଶ୍ନ ଉଠିଛି । ସେ ଦଶମ ଶ୍ରେଣୀର ଛାତ୍ରୀ ଅର୍ଥ ଜଣେ ନା ବାଳିକା। ଜଣେ ନାବାଳିକାଙ୍କ ସହ ଏଭଳି ଦୁଷ୍କର୍ମ କରିବା ଜଘନ୍ୟ ଅପରାଧ । ତାହା ପୁଣି ହଷ୍ଟେଲରେ । ଏଭଳି ଘଟଣା ଯୋଗୁ ପୁରା ଆଦିବାସୀ ମୂଲକ ବଦନାମ ହୋଇ ରହିଛି । ଅନେକ ହଷ୍ଟେଲରେ ଏଭଳି ଘଟଣା ଘଟିଛି । ସରକାର ଏଥି ପାଇଁ ହଷ୍ଟେଲର କର୍ତ୍ତୃପକ୍ଷଙ୍କୁ ଉତ୍ତରଦାୟୀ କରିବାକୁ ଘୋଷଣା କରିଛନ୍ତି । ତାହା ସତ୍ୱେ ବି ଏଭଳି ଜଘନ୍ୟ ଅପରାଧ ହୋଇଛି ।
ଚିତ୍ରକୋଣ୍ଡାର ଏକ ଆବାସିକ ବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀ ଜଣଙ୍କ ରହୁଛନ୍ତି । ନା ହଷ୍ଟେଲର ୱାଡେନ ଜାଣିପାରିଲେ, ନା କର୍ତ୍ତୃପକ୍ଷ। ମାସେ କି, ଦୁଇମାସ ନୁହଁ ପୁରା ୯ ମାସ ଗର୍ଭଧାରଣ ପରେ ପ୍ରସବ କରିଛନ୍ତି । ଶାରୀରିକ ସ୍ଥିତିକୁ ନେଇକି ବି କିଏ ପ୍ରଶ୍ନ କରିନାହାନ୍ତି । ଏଥିରୁ ସ୍ପଷ୍ଟ ହେଉଛି । ଘଟଣାକୁ ମିଳିମିଶି ଚାପି ଦେବାକୁ ଯୋଜନା କରୁଛନ୍ତି । ହେଲେ ଶେଷ ମୁହୁର୍ତ୍ତରେ ସବୁ ଧରା ପଡିଗଲା । ଏବେ ପୋଲିସ ନାବାଳିକାଙ୍କୁ ହଷ୍ଟେଲରୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।