ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଶୁକ୍ରବାର କମିଟି ଏବଂ ୧୦୮ ବ୍ରତପନୟନ ଉତ୍ସବ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ୧୧୧ ଜଣ ଗରିବ ବ୍ରାହ୍ମଣ ବ୍ରହ୍ମଚାର୍ଯ୍ୟ ଗ୍ରହଣ କରିଥିଲେ। ମନ୍ଦିରକମିଟି ଏବଂ ଗୋସାଇନୁଆଁଗାଁ ଅଞ୍ଚଳବାସୀଙ୍କ ସହଯୋଗ କ୍ରମେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମନ୍ଦିର ମୁଖ୍ୟ ପରିଚାଳକ ପଞ୍ଚାନନ ଚୌଧୁରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ରୀତିନୀତିରେ ବ୍ରତ କାର୍ଯ୍ୟ ଆୟୋଜିତ ହୋଇଥିଲା। ସାକାଳୁ ଚାରିକର୍ମ, ଯଜ୍ଞପବିତ ଧାରଣ, ଭିକ୍ଷା ଗ୍ରହଣ, ପଞ୍ଚଗ୍ରାସ, ପବିତ୍ର ପଇତା ଧାରଣ ପରେ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ପୁରୋହିତ ପଣ୍ଡିତ ଉମବଲ୍ଲଭ ଦାସଙ୍କ ତତ୍ୱବାଧାନରେ ସମସ୍ତ ରୀତିନୀତି ରେ ବ୍ରତ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।୧୧୧ ଜଣ ବ୍ରହ୍ମଚାରୀଙ୍କ ବ୍ରତ ନିମନ୍ତେ ୧୧୧। ଜଣ ପୁରୋହିତ ନିୟୋଜିତ ହୋଇଥିଲେ।୨୦୦୨ ମସିହାରୁ ଏଭଳି କାର୍ଯ୍ୟକ୍ରମ କମିଟି ପକ୍ଷରୁ ଆୟୋଜିତ ହୋଇ ଆସୁଛି।ଚଳିତ ବର୍ଷ ୧୧୧ଜଣଙ୍କ ନିମନ୍ତେ ସମସ୍ତ ବନ୍ଦୋବସ୍ତ ଗ୍ରହଣ କରାଯାଇଥିବା ଜମିଟି ମୁଖ୍ୟ ପଞ୍ଚାନନ ଚୌଧୁରୀ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ସମେତ ବାହାର ଜିଲ୍ଲା ଏବଂ ଅନ୍ଦ୍ରପ୍ରଦେଶର ଇଚ୍ଛାପୁର, ପାଲାସା ,ସୋମ ପେଣ୍ଠ ଆଦି ଅଞ୍ଚଳରୁ ଆସିଥିବା ବ୍ରାହ୍ମଣ ପରିବାର ପିଲାଙ୍କୁ ସନାତନ ଧର୍ମ ଅନୁଯାୟୀ ଦୀକ୍ଷା ସହିତ ପବିତ୍ର ପଇତା ଧାରଣ କରାଯାଇଥିବା ମୁଖ୍ୟ ପୁରୋହିତ ପଣ୍ଡିତଉମବଲ୍ଲଭ ଦାସ କହିଛନ୍ତି l
ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବରିଷ୍ଠ ବିଜେଡି ନେତାତଥା ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ଡ଼ଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ନୂତନ ବ୍ରହ୍ମଚାରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ।
ଏହି ବ୍ରତୋପନୟନ ଉତ୍ସବରେ ମନ୍ତ୍ରୀ ଶ୍ରୀ ଜେନା ସଫେଇ କାର୍ଯ୍ୟ କରିବା ସହ ଦୂର ଦୂରାନ୍ତରୁ ଆସିଥିବା ଜନସାଧାରଣଙ୍କୁ ନିଜେ ଭୋଜନ ପୋରଷିଥିଲେ । ଏହା ସହ ଏତେବଡ଼ ପବିତ୍ର କାର୍ଯ୍ୟକ୍ରମ ସମ୍ପର୍କରେ ଉତ୍ତରେଶ୍ୱର ମନ୍ଦିର ପରିଚାଳକ ପଞ୍ଚାନନ ଚୈାଧୁରୀଙ୍କ ସହିତ ଆଲୋଚନା କରିଥିଲେ।