1225 liters of country liquor seized

0

 ୧୨୨୫ ଲିଟର ଦେଶୀ ମଦ ଜବତ 

 

କଟକ ( ବିପ୍ଲବୀ ପରିକ୍ରମା ):-କଟକ ଜିଲ୍ଲା ଅବକାରୀ ବିଭାଗ କୁ ମିଳିଛି ସଫଳତା । ୧୨୨୫ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ସୂଚନା ଅନୁଯାୟୀ, ଅବକାରୀ ବିଭାଗର କମିଶନର ନରସିଂହ ଭୋଳ, ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲଙ୍କ ତତ୍ତ୍ଵାବଧାନରେ କଟକ ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଛି । ତେବେ ଆଜି ସକାଳ ୮ଟା ସମୟରେ ବିଶେଷ ସୂତ୍ରରୁ ଖବର ପାଇ କଟକ ସଦର ରେଞ୍ଜ ର ଆଇ ଆଇ ସି ସୃତିକାନ୍ତ ରାଉତ୍ ଙ୍କ ନେତୃତ୍ଵରେ ୬ ଜଣିଆ ସ୍ବତନ୍ତ୍ର ଟିମ୍ କଟକ ଡ଼ଗରପଡ଼ା ହନୁମାନ ମନ୍ଦିର ନିକଟରେ ଏକ ପିକ୍ଅପ୍ ଭ୍ୟାନକୁ ଧରିଥିଲା ଅବକାରୀ ବିଭାଗ । ଘଟଣାସ୍ଥଳରୁ ୧୨୨୫ ଲିଟର ଦେଶୀ ମଦ ଜବତ ସହ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ । ଜବତ ଦେଶୀ ମଦ ଓ ପିକ୍ଅପ୍ ଭ୍ୟାନ ର ଆନୁମାନିକ ମୂଲ୍ୟ ୧୨ ଲକ୍ଷ । ଏବଂ ଏହା କଟକ ଆଠଗଡ଼ ରୁ ଭୁବନେଶ୍ଵର ଚାଲାଣ ହେଉଥିବା କଥା କହିଛନ୍ତି ଆଇ ଆଇ ସି ସୃତିକାନ୍ତ ରାଉତ୍ । ଅନ୍ୟପଟେ ଦୁଇ ଅଭିଯୁକ୍ତ କଟକ ଆଠଗଡ଼ ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ l

LEAVE A REPLY

Please enter your comment!
Please enter your name here