ଭଞ୍ଜନଗର, ରାଧାସ୍ୱାମୀ ରାଜୁ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଂଜାମ ଜିଲ୍ଲା ଭଂଜନଗର ନିକଟସ୍ଥ ତନରଡା ସ୍ଥିତ ସତ୍ୟଶ୍ରୀ ଜରାଶ୍ରମ ଠାରେ ଦ୍ଵାଦଶ ତମ “ଆର୍ଟ ଅଫ୍ ଗିଭିଂ ଡେ” ପାଳିତ ହୋଇଯାଇଛି । ସମାଜସେବୀ ଡଃ ଅଚ୍ୟୁତ ସାମନ୍ତଙ୍କ ପରିକଳ୍ପିତ ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷର ବିଷୟ ରହିଥିଲା “ନେଇବର୍ ଗୁଡ୍” ର ମହତ୍ୱ ଏବଂ “ଦାନ କରିବାର କଳା” କୁ ନେଇ ଆୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ଅତିଥି ମାନେ, ଆଶ୍ରମ ର ଅନ୍ତେବାସୀଙ୍କୁ ଅବଗତ କରାଇଥିଲେ ।
ଏହାସହ ଅନ୍ତେବାସୀଙ୍କୁ, କିଛି ସୁଖିଲା ଖାଦ୍ୟ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍, ବୃଦ୍ଧ, ବୃଦ୍ଧା ଏବଂ ସମେତ କିସ୍ ଓ କିମସ୍ ର କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ l