ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସରକାର ନୂଆଦିଲ୍ଲୀରେ ଦୁଇ ଦିନିଆ ନିବେଶକ ସମ୍ମିଳନୀ କରିଛନ୍ତି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ୧୩ ଟି ଏମଓୟୁ ସ୍ୱାକ୍ଷର କରିଛନ୍ତି। କାର୍ଯ୍ୟକ୍ରମରେ ୧୫ ଟି ନିବେଶ ପ୍ରସ୍ତାବ ପ୍ରସ୍ତାବ ଆସିଛି। ଫଳରେ ସମୁଦାୟ ୧,୦୩,୦୯୦ କୋଟି ଟଙ୍କାର ପୁଞ୍ଜିନିବେଶ ସହ ୯୫,୯୧୫ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ଆଇଓସିଏଲ ସହିତ ଚୁକ୍ତିନାମା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ନିବେଶ କରିବାକୁ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ନିବେଶ କରିବା ପାଇଁ ଏହି ସମୟ ହିଁ, ପ୍ରକୃତ ସମୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ବିଶିଷ୍ଟ ଶିଳ୍ପପତିଙ୍କ ସହିତ ଆଲୋଚନା କରିବା ସହିତ ଓଡିଶାରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି । ତାଜ୍ ପ୍ୟାଲେସରେ ଆଜି ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମୁଦାୟ ୧୩ଟି ଚୁକ୍ତିନାମା ସ୍ୱାକ୍ଷରିତ ହେବା ସହିତ ୧୫ଟି ନିବେଶ ପ୍ରସ୍ତାବ ଆସିଛି। ଏହି ୧୩ଟି ଚୁକ୍ତିନାମା ଜରିଆରେ ଓଡିଶାକୁ ୯୮,୮୮୦ କୋଟି ଟଙ୍କାର ପୁଞ୍ଜି ଆସିବା ସହିତ ୬୭ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ସହିତ ୧୫ଟି ନିବେଶ ପ୍ରସ୍ତାବ ମଧ୍ୟ ଆସିଛି।
ଏହା ଦ୍ୱାରା ସମୁଦାୟ ୧,୦୩,୦୯୦ କୋଟି ଟଙ୍କାର ପୁଞ୍ଜି ନିବେଶ ସୁଯୋଗ ସୃଷ୍ଟି ହୋଇଥିବା ବେଳେ ୯୫, ୯୧୫ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଚୁକ୍ତିନାମା ମଧ୍ୟରେ ଆଇଓସିଏଲ ସହିତ ଚୁକ୍ତି ଖୁବ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାରେ ଏକ ଡୁଆଲ-ଫିଡ୍ ନାଫଥା କ୍ରାକର ପ୍ରକଳ୍ପ କରିବା ପାଇଁ ଏହି ଚୁକ୍ତି କରାଯାଇଛି। ଏହା ଦ୍ୱାରା ଆଇଓସିଏଲ ଓଡ଼ିଶାରେ ୫୮, ୦୪୨ କୋଟି ଟଙ୍କାର ପୁଞ୍ଜିନିବେଶ କରିବ । ଏଥିରେ ୨୪ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ l ପେଟ୍ରୋକେମିକାଲ ଓ କେମିକାଲ କ୍ଷେତ୍ରରେ ଆଉ ଦୁଇଟି ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଛି। ଗୋଟିଏ ଚୁକ୍ତିନାମା ଇଣ୍ଡିଆନ ଷ୍ଟ୍ରାଟେଜିକ ପେଟ୍ରୋଲିଅମ ରିଜର୍ଭ୍ସ ଲିମିଟେଡ ସହିତ ହୋଇଥିବା ବେଳେ ଅନ୍ୟ ଚୁକ୍ତିନାମାଟି ପେଟ୍ରୋନେଟ ଏଲଏନଜି ସହିତ ହୋଇଛି। ଠିକ ସେହିପରି ଓଡିଶା ସରକାର କେନ୍ଦ୍ର ସରକାରଙ୍କର ପେଟ୍ରୋଲିୟମ ବିଭାଗର ୩ ଟି ବିଭାଗ ସହ ଚୁକ୍ତି କରିଛନ୍ତି । ସେଗୁଡିକ ହେଉଛି ଆଇଓସିଏଲ, ପେଟ୍ରୋନେଟ ଏଲଏନଜି ଓ ଇଣ୍ଡିଆନ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ । ଏଥିସହିତ ଅନ୍ୟ ଶିଳ୍ପ ସଂସ୍ଥା ସହ ମଧ୍ୟ ଚୁକ୍ତି ହୋଇଛି । ସର୍ବ ମୋଟ ୧୩ ଟି ଚୁକ୍ତିନାମା ସ୍ବାକ୍ଷର ହୋଇଛି । ମୋଟ ୯୬ ହଜାର ୬୮୬ କୋଟି ନିବେଶ ପାଇଁ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି । ସମ୍ଭାବନାର ରାଜ୍ୟ ଓଡିଶାରେ ପୋର୍ଟ ସଂଯୁକ୍ତ ଶିଳ୍ପ, କେମିକାଲ, ପେଟ୍ରୋକେମିକାଲ, ଏଗ୍ରୋ ଇଣ୍ଡଷ୍ଟ୍ରିଜ, ଟେକ୍ସଟାଇଲ, ଆଇଟି, ସେମିକଣ୍ଡକଟର ଭଳି କ୍ଷେତ୍ରରେ ନିବେଶ ପାଇଁ ଆଜି ଚୁକ୍ତି ହୋଇଛି।”
ତେବେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପେଟ୍ରୋଲିଅମ ଓ ନେଚୁରାଲ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ଓଡିଶାର ଶିଳ୍ପ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।