ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ମାଲକାନଗିରି ରେ ନିୟୋଜିତ ୧୪୨ ବାଟାଲିୟନ ର ବିଏସଏଫ ଯବାନ ଆନ୍ଦ୍ର ଓଡ଼ିଶାର ସୀମାନ୍ତ ରେ କୁମ୍ବିଙ୍ଗ ଅପରେସନ ସମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି । କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡା ରିଜର୍ବ ଜଙ୍ଗଲ ର ଅଂଚଳର ଆଲୁରକୋଟା ଓ ସିଲେରୁ ନଦୀ କୂଳ ଅଂଚଳ ରେ କୁମ୍ବିଙ୍ଗ ସମୟରେ ଜବତ ହୋଇଛି ମାଓ ସାମଗ୍ରୀ ।
ଜବତ ସାମଗ୍ରୀ ମଧ୍ୟରେ ଦୁଇଟି ଦେଶୀ ବନ୍ଧୁକ , ୫୭ ଟି ଯିଲଟିନ ଷ୍ଟିକ , ୧୧୧ ଟି ଇମ୍ପ୍ରୋବିସେଡ ଗ୍ରେନେଡ଼ , ଦୁଇଟି ହେଣ୍ଡ ଗ୍ରେନେଡ଼, ପାଞ୍ଚଟି ଇଲେକ୍ଟ୍ରିକ ଡେଟୋନେଟର, ୩୫୦ ମିଟର କାଡେ଼କ୍ସ ୱାରୀ ଭଳି ପ୍ରାୟ ୧୫ ପ୍ରକାର ମାଓ ସାମଗ୍ରୀ ଜବତ କରିଛି ବିଏସଏଫ ବାହିନୀ ।
ଜବତ ସାମଗ୍ରୀ ମଧ୍ୟରେ ଅଧିକାଂଶ ସାମଗ୍ରୀ ମାଓବାଦୀ ମାନେ ଆଇଇଡି ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରୁଥିବା ବେଳେ ବିଏସଏଫଙ୍କ ଗୁଇନ୍ଦା ବିଭାଗ ତତ୍ପର ଦେଖାଇ ସମସ୍ତ ମାଓ ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି । ସୂଚନା ଥାଉ କି ମାଲକାନଗିରି ଜିଲ୍ଲାରେ ବିଏସଏଫ ଯବାନ ଙ୍କ ଉପସ୍ଥିତି ଯୋଗୁଁ ଲାଲ ବାହିନୀ ର ମେରୁଦଣ୍ଡ ଭାଙ୍ଗି ଯାଇଛି ।