୧୫ ଫୁଟ ଲମ୍ବର କିଂକୋବ୍ରା ଉଦ୍ଧାର

0

ଗଜପତି ( ବିପ୍ଲବୀ ପରିକ୍ରମା ):-  ଗଜପତି ଜିଲ୍ଲାରେ ୧୫ ଫୁଟ ଲମ୍ବର କିଂକୋବ୍ରା ଉଦ୍ଧାର କରାଯାଇଛି । ସାପଟି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ସମ୍ମୁଖ ମୂଖ୍ୟ ରାସ୍ତା ଅତିକ୍ରମ କରୁଥିବା ବେଳେ ଦେଖିଥିଲେ ଲୋକେ। କିଂକୋବ୍ରା ଟି ରାସ୍ତା ଅତିକ୍ରମ କରି ଓ୍ବାଟର ସର୍ଭିସିଂ ସେଣ୍ଟରର ପାଣିକୁଣ୍ଡ ଭିତରକୁ ଚାଲିଯାଇଥିଲା।

କିଂକୋବ୍ରା ସାପ ଧରିବାକୁ ସ୍ନେକ ହେଲ୍ପଲାଇନ କର୍ମଚାରୀ ଙ୍କ ନମ୍ବର ନ ଥିବା ବେଳେ ବନ ବିଭାଗ ପକ୍ଷରୁ ବ୍ରହ୍ମପୁର ସ୍ନେକ ହେଲ୍ପଲାଇନ ସହ ଯୋଗାଯୋଗ କରାଯାଇଥିଲା। ବ୍ରହ୍ମପୁର ଠାରୁ ଏକ ସ୍ଵତନ୍ତ୍ର ଟିମ ଆସିବା ପର୍ଯ୍ୟନ୍ତ ସାପ ଉପରେ ନଜର ରଖିଥିଲେ ବନ ବିଭାଗର କର୍ମଚାରୀମାନେ।

ସ୍ନେକ ହେଲ୍ପଲାଇନ କର୍ମଚାରୀ ପହଞ୍ଚି ସାପକୁ ଧରିବାରେ ସଫଳ ହୋଇଥିଲେ। ପରେ ବନ ବିଭାଗର ଅଧିକାରୀମାନଙ୍କ ଉପସ୍ଥିତିରେ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here