ପୁଣି ଥରେ ଲଜ୍ୟା : ୧୫ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ 

0

ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ଗୋଷାଣି ବ୍ଳକ ଅନ୍ତର୍ଗତ ଗୁରାଣ୍ଡି ଥାନା ଅଂଚଳର ଘଟଣା , ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗତକାଲି ଗୁରାଣ୍ଡି ଥାନାରେ ନାବାଳିକା ଜଣକ ଏନେଇ ଲିଖିତ ଅଭିଯୋଗ କରିବା ପରେ ମାମଲା ରୁଜୁ କରିଥିଲା ଗୁରାଣ୍ଡି ପୋଲିସ । ଗିରଫ ଅଭିଯୁକ୍ତର ଡାକ୍ତର ମାଇନା ପରେ କୋର୍ଟ ଚାଲାଣ କରିଛି ପୋଲିସ , ଗିରଫ ଅଭିଯୁକ୍ତ ଗୁରାଣ୍ଡି ଗ୍ରାମର ମାଲା ନରେନ୍ଦ୍ର ହୋଇଥିବା ସୂଚନା , ଅଭିଯୋଗ ପ୍ରକାରେ ନାବାଳିକା ଜଣକ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ପୁରୁଣାପାଟଣା ମଣ୍ଡଳମ୍ ସିଦ୍ଧି ଗ୍ରାମର ।

ସେ ଆନ୍ଧ୍ରର ପୁରୁଣାପାଟଣାର ଏକ ହୋଷ୍ଟେଲରେ ରହି ପାଠ ପଢୁଥିଲେ । ତାଙ୍କ ଅଜା/ଆଇଙ୍କ ଘର ଗୁରାଣ୍ଡି ଗ୍ରାମରେ ହୋଇଥିବାରୁ ଛୁଟି ସମୟରେ ସେ ଏଠାକୁ ଆସିଥିଲେ । ସେହି ସମୟରେ ମାଲା ନରେନ୍ଦ୍ର ନାମକ ଜଣେ ଯୁବକଙ୍କ ସହ ନାବାଳିକାଙ୍କ ସହିତ ପରିଚୟ ହୋଇଥିଲା । ପରେ ଯୁବକ ଜଣକ କୌଣସି ପ୍ରକାରେ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଛୁଟି ପରେ ନାବାଳିକା ଜଣକ ନିଜ ଗ୍ରାମ ତଥା ଆନ୍ଧ୍ରର ପୁରୁଣାପାଟଣା ହୋଷ୍ଟେଲକୁ ଚାଲିଯାଇଥିଲେ । କିଛି ଦିନ ପରେ ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେଠାକାର ହୋଷ୍ଟେଲ କର୍ତ୍ତୃପକ୍ଷ ଚିକିତ୍ସା ନିମନ୍ତେ ନେଇଥିଲେ ।

ଡାକ୍ତରି ଚିକିତ୍ସା ତଥା ସ୍ବାସ୍ଥ୍ୟ ପରୀକ୍ଷା ନିରିକ୍ଷା ବେଳେ ସେଠାକାର ଡାକ୍ତର ନାବାଳିକା ଜଣକ ଗର୍ଭବତୀ ଥିବାର ଜାଣିବାକୁ ପାଇ ଘଟଣା ସମ୍ପର୍କରେ ହୋଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଘଟଣାକୁ ନେଇ ପ୍ରଥମେ ଆନ୍ଧ୍ରର ପୁରୁଣାପାଟଣା ଥାନାରେ ଅଭିଯୋଗ ହୋଇଥିଲା । ପୁରୁଣାପାଟଣା ପୋଲିସ ଏହି ମାମଲାକୁ ଗଜପତି ଜିଲ୍ଲା ଗୁରାଣ୍ଡି ଥାନାକୁ ହସ୍ତାନ୍ତର କରିଥିଲେ । ରବିବାର ଦିନ ଘଟଣାକୁ ନେଇ ଗୁରାଣ୍ଡି ଥାନା ପୋଲିସ ତଦନ୍ତ ଆରମ୍ଭ କରି ପ୍ରଥମେ ନାବାଳିକାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଡାକ୍ତରୀ ମାଇନା କରିଥିଲେ । ପରେ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ରେକର୍ଡ କରଯାଇଛି l

 

LEAVE A REPLY

Please enter your comment!
Please enter your name here