ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସୁଭଦ୍ରାକୁ ନେଇ ଆସିଲା ବଡ଼ଅପଡେଟ l ଖୁଲାସା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସେ କହିଛନ୍ତି, ସୁଭଦ୍ରା ଯୋଜନା ପାଇଁ ରାଜ୍ୟର ୧୫୭ ଜଣ ପୁରୁଷ ଆବେଦନ କରିଛନ୍ତି। ଆଧାର କାର୍ଡର ଯେତେବେଳେ ବ୍ୟାଙ୍କ ଲିଙ୍କ ଡାଟା ଆସିଲା ସେତେବେଳେ ଏ ତଥ୍ୟ ସାମ୍ନାକୁ ଆସିଲା l ବେଳେବେଳେ ପୁଅ ନାମ ଓ ଝିଅଙ୍କ ନାମ ଏକା ଭଳି ଥାଏ । ସେମାନେ ଭୁଲବଶତଃ ଆବେଦନ କରିଦେଇଥିବେ କିନ୍ତୁ ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି l