ବିପ୍ଲବୀ ପରିକ୍ରମା ଡିଜିଟାଲ :- ଫେବ୍ରୁଆରୀ ୪ ରୁ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ ଷୋଡ଼ଶ ଅର୍ଥ କମିଶନ । ଗସ୍ତ ସମୟରେ କମିଶନଙ୍କ ଆଗରେ ରାଜ୍ୟ ସରକାର ଆଗାମୀ ୫ବର୍ଷ ଲାଗି କଣ ଦାବି ରଖୁଛନ୍ତି ତାକୁ ନେଇ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ଷୋଡ଼ଶ ଅର୍ଥ କମିଶନରେ ଦାବି ସମ୍ଭାବନା । ୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କା ଦାବି ରଖିବେ ସରକାର । ଏହାକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିସାରିଛି ।ପ୍ରାକୃତିକ ବିପର୍ଯ୍ୟୟ ଲାଗି ସ୍ୱତନ୍ତ୍ର ପ୍ୟାକେଜ ଦାବି ହେବ । ଗ୍ରମାଞ୍ଚଳକୁ ଉନ୍ନତ କରିବା ପାଇଁ ସମସ୍ତ ଅଞ୍ଚଳରେ ନେଟୱର୍କ ସଂଯୋଗ ପରି କେତେକ ଗୁରୁତ୍ୱପୂର୍ଣ୍ଣ ଦାବି ରଖିପାରନ୍ତି ସରକାର । ସେପଟେ ରାଜ୍ୟ ଅର୍ଥ କମିଶନ ଗଠନରେ ବିଳମ୍ବ ହୋଇଥିବା କାରଣରୁ ରାଜ୍ୟ ସରକାରଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ପ୍ରାକୃତୀକ ଦୁର୍ବିପାକ ପ୍ରବଣ ଓଡ଼ିଶାକୁ ସ୍ୱତନ୍ତ୍ର ଅନୁଦାନ ଦାବି କରିଆସୁଥିଲେ ପୂର୍ବ ବିଜେଡି ସରକାର । ହେଲେ ତାହାକୁ ଅଣଦେଖା କରିଆସୁଥିଲେ କେନ୍ଦ୍ରରେ ବିଜେପି ସରକାର । ଏଥର ଷୋଡଶ ଅର୍ଥ କମିଶନରୁ ଅଧିକ ଆଶା ରଖିଛି ଓଡ଼ିଶା । କାରଣ ରାଜ୍ୟରେ ପ୍ରଥମଥର ପାଇଁ ଡବଲ ଇଞ୍ଜିନ ସରକାର ହୋଇଛି ଏବଂ ରାଜ୍ୟ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ମିଲିବ ବୋଲି ଆଶା କରାଯାଉଛି ।