କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-: କେନ୍ଦୁଝର ଜିଲ୍ଲା ତଥା ବନଖଣ୍ଡ ଅନ୍ତର୍ଗତ ସଦର ରେଞ୍ଜ ଅଧିନସ୍ଥ କୁସୁମିତା ଓ ମହାଦେଇଯୋଡ଼ା ଗ୍ରାମରେ ପଶି ବୁଧବାର ରାତିରେ ୧୮ ଟିକିଆ ହାତୀ ପଲ ବେଶ୍ ଉପଦ୍ରବ ଖେଳାଇଥିବା ଜଣା ପଡିଛି । ଏହି ହାତୀପଲ ଲୋକଙ୍କ ବିଲରେ ପଶି ପନିପରିବା ଖାଇବା ସହ ପାଦରେ ଦଳି ଚକଟି ନଷ୍ଟ କରିଥିବା ଜଣାପଡିଛି। ଏହି ହାତୀପଲଙ୍କୁ ଦେଖି ଲୋକେ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ଘଟଣା ସ୍ଥଳରେ ବନ କର୍ମଚାରୀ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ହାତୀଙ୍କୁ ଘଉଡାଇକୁ ଚେଷ୍ଟା ଜାରି ରଖିଥିବା ସୂଚନା ମିଳିଛି l