ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାସନକାର୍ଡ, ଆବାସ, ଭତା ଭଳି ସାମାଜିକ ସହାୟତା ଯୋଜନାରେ ଅନେକ ଅଯୋଗ୍ୟ ସାମିଲ ହୋଇ ସୁବିଧା ନେଉଥିବା ପୂର୍ବରୁ ସାମନାକୁ ଆସିଛି। କିନ୍ତୁ ଏବେ ଓଡିଶାର ହଜାର ହଜାର ହିତାଧିକାରୀ ସୁଭଦ୍ରା ଟଙ୍କା ନନେବାକୁ ନିଷ୍ପତି ନେଇ ନୂଆ ଟ୍ରେଣ୍ଡ ସେଟ କରିଛନ୍ତି।
ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିଥିବା ୧କୋଟି ୫ ଲକ୍ଷ ୩୬ ହଜାର ୬୧୨ ଆବେଦନକାରୀଙ୍କ ମଧ୍ୟରୁ ପ୍ରାୟ ୧୮ ହଜାର ୭୩୫ ମହିଳା ଡିସେମ୍ବର ୩ ସୁଦ୍ଧା ଓହରି ଯାଇଛନ୍ତି । ମହିଳାଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରାଯାଉଛି । ଯେଉଁ ହିତାଧିକାରୀମାନେ ଏହି ଯୋଜନାରେ ସୁବିଧା ନେବାକୁ ଚାହୁଁ ନାହାନ୍ତି, ସେମାନଙ୍କ ପାଇଁ ଅପଟ୍-ଆଉଟ୍ କରିବା ବ୍ୟବସ୍ଥା ସୁଭଦ୍ରା ୱେବସାଇଟରେ ରହିଛି । ଏବେ ବି ଏହା ଚାଲୁ ଅଛି । ବଡ କଥା ହେଉଛି, ଯେଉଁ ୧୮ହଜାରରୁ ଅଧିକ ମହିଳା ଅପଟ ଆଉଟ୍ ହୋଇଛନ୍ତି ସେମାନେ ଏହି ୱେବସାଇଟକୁ ଯାଉ ଓହରି ଯାଇଛନ୍ତି । ମହିଳାଙ୍କ ଏଭଳି ପଦକ୍ଷେପ ନୂଆ ଟ୍ରେଣ୍ଡ ସେଟ୍ କରିଛି ବୋଲି କୁହାଯାଇଛି ।