ସ୍ୱଧର୍ମ କୁ ଫେରିଲେ ୧୯ ପରିବାର

0

କନ୍ଧମାଳ,ବ୍ରାହ୍ମଣୀଗାଁ,ପିଣ୍ଟୁ ପାତ୍ର( ବିପ୍ଲବୀ ପରିକ୍ରମା ଡିଜିଟାଲ):-  ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଝିଞ୍ଜିରିଗୁଡ଼ା ପଞ୍ଚାୟତ ର କିରାମାହା ଗ୍ରାମରେ ଚୈତ୍ର କୃଷ୍ଣ ପକ୍ଷ ଅମାବାସ୍ୟା ତିଥି ରବିବାର ଦିନ ବିଶ୍ବ ହିନ୍ଦୁ ପରିଷଦ ଧର୍ମ ପ୍ରସାର ବିଭାଗ କୁଇ ସମାଜ କଲ୍ୟାଣ ସମିତି ଆନୁକୁଲ୍ୟ ରେ କିରାମାହା ବଡ଼ସାହି ରେ ସଂସ୍କାର ଦୀକ୍ଷା ଯଜ୍ଞ ଗ୍ରହଣକରି ସ୍ଵଧର୍ମ କୁ ଆପଣାଇଛନ୍ତି ।

ପୁରୋହିତ ଦଣ୍ଡପାଣି ତ୍ରୀପାଠୀ ଙ୍କ ପୌରହିତ୍ୟରେ ସକାଳ ୯ ଘଣ୍ଟିକା ସମୟରେ ୧୦୮ କଳସ ଯାତ୍ରା କରାଯାଇଥିଲା ଏବଂ କୁଇ ସମାଜ ମୁଖ୍ୟ ପୁରୋହିତ ତରଣିସେନ ଦାସ ଙ୍କ ପୌରହିତ୍ୟ ରେ ନାମ ଯଜ୍ଞ, ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ ଓ ଅର୍ଣ୍ଣ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ

ଗଞ୍ଜାମ , ଗଜପତି, ରାୟଗଡ଼ା ଏବଂ କନ୍ଧମାଳ ର ପ୍ରାୟ ୬ ହଜାର ଲୋକ ଯୋଗ ଦେଇଥିଲେ । ସାଲିମା ଗୁଚ୍ଛା ର ୪ ପରିବାର , କିରାମାହା ର ୧୩ ପରିବାର , ଗଡ଼ମା ର ୧ ପରିବାର , ପିଣ୍ଡିକି ର ୧ ପରିବାର ଲୋକେ  ସ୍ୱଧର୍ମ କୁ ଆପଣାଇବା ପାଇଁ ୧୯ ପରିବାର ର ସଦସ୍ୟ କୁଇ ସମାଜ ପକ୍ଷରୁ ସଂସ୍କାର ଦୀକ୍ଷା ଯଜ୍ଞ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ କୁଇ ସମାଜ ସଂସ୍କାର ସଭାପତି ନାରଦ ମଳିକ , ଧର୍ମ ଜାଗରଣ ପ୍ରାନ୍ତ ସମନୟ ପ୍ରମୁଖ ଦମ୍ବୁରୁଧର ମଣ୍ଡଳ, ସର୍ବୋଚ୍ଚ ସଭାପତି କୁଇ ସମାଜ କଲ୍ୟାଣ ସମିତି କବିରାଜ ମଳିକ , ସନ୍ତ ସମାଜ ଓଡ଼ିଶା ପ୍ରଦେଶ ସଂଗଠନ ଆଯାଧ୍ୟା ଦାସ ମହାରାଜ , ଧର୍ମେନ୍ଦ୍ର ଭାଇ କେଶେରା ପଲ୍ଲୀ ଆଶାରାମ ବାପୁଜୀ ଆଶ୍ରମ ଗଞ୍ଜାମ , ରାମନନ୍ଦଜୀ ମହାରାଜ ବାଣପୁର ପ୍ରମୁଖ ଅତିଥି ଉକ୍ତ ସଂସ୍କାର ଦୀକ୍ଷା ଯଜ୍ଞ ରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here