କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଜି କେନ୍ଦୁଝର ବନ ବିଭାଗ ଓ ପୋଲିସକୁ ମିଳିଛି ବଡ ସଫଳତା । ଦୁଇ ବିଭାଗର ମିଳିତ ଚଢାଉରେ ବାଘ ଛାଲ ସହ ଦୁଇ ବେପାରୀ ଗିରଫ ହୋଇଛନ୍ତି। ଏହି ବାଘ ଛାଲକୁ ୨ ଲକ୍ଷ ଟଙ୍କାରେ ବିକ୍ରି ହେଉଥିବା ସମୟରେ ମାଡି ବସିଥିଲା ପୁଲିସ ଓ ବନ ବିଭାଗ । ପ୍ରକାଶ ଯେ ମୟୁରଭଞ୍ଜ ଜିଲ୍ଲାର ଠାକରମୁଣ୍ଡା ଥାନା ଅଞ୍ଚଳର ସାଗର କୁଲାପଡିଆ ଓ ରାମ ବଣ୍ଡିଆ ନାମକ ଦୁଇ ବ୍ୟକ୍ତି ପାଟଣା ରେଞ୍ଜ ଅନ୍ତର୍ଗତ ମାଛଗଡର ଓସ୍ତଯୋଡ଼ି ଗ୍ରାମରେ ଏହି ବାଘ ଛାଲ ବିକ୍ରି କରିବାକୁ ଆସିଥିଲେ। ବିଶେଷ ସୂତ୍ରରୁ ଏହି ଖବର ପାଇ ପୋଲିସ ଓ ବନ ବିଭାଗ ଭାବେ ଏହି ଚଢାଉ କରିଥିଲେ। ଓଆର କେସ ନମ୍ୱର୍ ୮୪/୨୦୨୪-୨୫ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଇଉ/ଏସ – ୯,୩୯(୩)୪୪ ଧାରା ରେ କେସ ରୁଜୁ ହୋଇ ଦୁଇ ଜଣକୁ କୋର୍ଟ ଚାଲାଣ କରିଛି ବିଭାଗ। ଏହା ସହ ଗୋଟିଏ ବାଘ ଛାଲ, ହିରୋ ଏକ୍ସପ୍ରୋ ମଟର ସାଇକେଲ ଓ ଦୁଇଟି ମୋବାଇଲ ମଧ୍ୟ ଜବତ କରିଛି ବିଭାଗ। ଏହି ଦୁଇ ଜଣ ଆଉ କେଉଁ କେସରେ ସାମିଲ ଅଛନ୍ତି କି ନାହିଁ ସେନେଇ ଅଧିକ ତଦନ୍ତ ଜାରି ରଖିଥିବା ଅତିରିକ୍ତ ବନଖଣ୍ଡ ଅଧିକାରୀ ଅଶୋକ ଦାସ ପ୍ରକାଶ କରିଛନ୍ତି।