ବିଷାକ୍ତ ଛତୁଆ ଖାଇ ୨ ଶିଶୁ କନ୍ୟାଙ୍କ ମୃତ୍ୟୁ,ବାପା ଓ ଝିଅ ଗୁରୁତର 

0

ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଛତୁଆ ଖାଇ ଦୁଇ ଶିଶୁ କନ୍ୟା ତୁଳସୀ ବଡମୁଣ୍ଡି ଓ ଫୁଲମଣୀ ବଡମୁଣ୍ଡି ଙ୍କ ମୃତ୍ୟୁ ଘଟିଛି l ଏହି ଘଟଣାରେ ବାପା ଅର୍ଜୁନ ବଡମୁଣ୍ଡି ଓ ଝିଅ ସୁମିତ୍ରା ଗୁରୁତର ଅସୁସ୍ଥ ହୋଇ ଏବେ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସାଧୀନ ଅଛନ୍ତି l ଅନ୍ୟ ପଟରେ ଏହି ଘଟଣାକୁ ଗୁରୁତର ସହ ନେଇଛି ପ୍ରଶାସନ l କେଉଁଭଳି ପରିସ୍ଥିତି ରେ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଲା ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ପ୍ରଶାସନ l

ଗଜପତି ଜିଲ୍ଲା ରାମଗିରି ରୁ ଦେଖିବା ଏହି ରିପୋର୍ଟ….

ଗଜପତି ଜିଲ୍ଲା ରାମଗିରି ଡେମାକୁଟି କୁଡ଼ିଆରେ ରହୁଛନ୍ତି ଅର୍ଜୁନ ବଡମୁଣ୍ଡିଙ୍କ ପରିବାର l ଗତକାଲି ସକାଳେ ଅଙ୍ଗନବାଡି କେନ୍ଦ୍ର ରୁ ମିଳିଥିବା ଛତୁଆ କୁ ଉପମା କରି ଖାଇଥିଲେ l ଖାଇବାର କିଛି ସମୟ ପରେ ବାପା ଅର୍ଜୁନ, ବଡ଼ ଝିଅ ସୁମିତ୍ରା, ସାନ ଝିଅ ଫୁଲମଣୀ ଓ ନାତୁଣୀ ତୁଳସୀ ଗୁରୁତର ଅସୁସ୍ଥ ହୋଇଥିଲେ l ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରାମିଗିରି ମେଡିକାଲ ରେ ଭର୍ତ୍ତି କରିଥିଲେ ପରିବାର ଲୋକେ l ଚିକିତ୍ସା ଧୀନ ଅବସ୍ଥାରେ ତୁଳସୀ ଙ୍କ ମୃତ୍ୟୁ ଘଟିଥିଲା l ଅନ୍ୟ 3 ଜଣକୁ ଗତକାଲି ସନ୍ଧ୍ୟାରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥନାନ୍ତର କରାଯାଇଥିଲା l ସେଠାରେ ସାନ ଝିଅ ଫୁଲମଣୀ ଙ୍କ ମୃତ୍ୟୁ ଘଟିଛି l ଅର୍ଜୁନ ଓ ବଡ଼ ଝିଅ ସୁମିତ୍ରା ଙ୍କ ଅବସ୍ଥା ସଙ୍କଟlପନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥନାନ୍ତର କରାଯାଇଛି l ଗତକାଲି ସକାଳେ ଛତୁଆ କୁ ରୋଷେଇ କରି ଖାଇଥିବା ଅର୍ଜୁନ ଙ୍କ ପୁଅ କହିଥିବା ବେଳେ ବଳକା ଖାଦ୍ୟ କୁ ଘର ସାମ୍ନାରେ ଥିବା ଗୋବର ଗଦାରେ ପୋତା ଯାଇଥିଲା ବୋଲି ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି l

 

ସେପଟେ ଅପପୃଷ୍ଟି ର ଶିକାର ଥିବା ଫୁଲମଣୀ ଙ୍କୁ ଗତ 8 ତାରିଖ ଦିନ ସ୍ୱତନ୍ତ୍ର ଛତୁଆ ଦିଆଯାଇଥିବା ରାମଗିରି ଅଙ୍ଗନବାଡି କର୍ମୀ କହିଥିବା ବେଳେ ସେହି ଛତୁଆ ଅନ୍ୟ ପଞ୍ଚାୟତ ର ହିତାଧିକାରୀ ଙ୍କୁ ମଧ୍ୟ ବଣ୍ଟନ ହୋଇଛି l ଅନ୍ୟ କେଉଁଠି ସମସ୍ୟା ହୋଇନଥିବା ବେଳେ ସେହି ଗୋଟିଏ ପରିବାର କିଭଳି ଅସୁସ୍ଥ ହେଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛତୁଆ ପ୍ରସ୍ତୁତ କାରି ଦଳ l

 

ଅନ୍ୟ ପକ୍ଷରେ ଏହି ଘଟଣା କୁ ଗମ୍ଭୀରତାର ସହ ନେଇଛି ପ୍ରଶାସନ l ଆଜି ଗଜପତି ଉପଜିଲ୍ଲାପାଳ, ଏସପି, ଫୁଡ ସେଫଟି ଇନ୍ସପେକ୍ଟର, ଜିଲ୍ଲା ସମାଜ ଅଧିକାରିଣୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସରଜମୀନ ତଦନ୍ତ କରିଛନ୍ତି l ଛତୁଆ କିଭଳି ପ୍ରସ୍ତୁତ ହୋଇଥିଲା l ସଠିକ ଭାବେ ପ୍ରସ୍ତୁତି ହୋଇଛି କି ନାହିଁ l ସେମାନେ ଘରକୁ ନେଇ କିଭଳି ରୋଷେଇ କଲେ l ତାହା ଯାଞ୍ଚ କରୁଛି ପ୍ରଶାସନ l ଖାଇଥିବା ବଳକା ଖାଦ୍ୟ କୁ ଯାଞ୍ଚ କରାଯାଉଛି l ଯାଞ୍ଚ ପରେ ଓ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣା ପଡିବ ବୋଲି ପ୍ରଶାସନ କହିଛି l ଗଜପତି ଜିଲ୍ଲାପାଳ ବିଜୟ ଦାସ ପାରଳାଖେମୁଣ୍ଡି ମେଡିକାଲ ରେ ମୃତକ ଙ୍କ ପରିବାର କୁ ଭେଟି ଆଲୋଚନା କରିଛନ୍ତି l ଏହାର ତଦନ୍ତ ପାଇଁ ଅତିରିକ୍ତ ଜିଲ୍ଲାପାଳ ଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଛି ବୋଲି ଜିଲ୍ଲାପାଳ କହିଛନ୍ତି l

କୋମଳମତି ଶିଶୁଙ୍କୁ ଦିଆ ଯାଉଥିବା ଛତୁଆ ଯୋଗୁଁ 2 ଶିଶୁକନ୍ୟା ଙ୍କ ଜୀବନ ଯାଇଛି l ଏହାକୁ ନେଇ ଲୋକେ ଆତଙ୍କିତ ଥିବାବେଳେ ତଦନ୍ତ ରିପୋର୍ଟ ରେ କଣ ରହିଛି ଓ ପ୍ରଶାସନ କି ପଦକ୍ଷେପ ନେଉଛି ତାକୁ ହିଁ ସମସ୍ତ ଙ୍କ ଅପେକ୍ଷା l

LEAVE A REPLY

Please enter your comment!
Please enter your name here