ପୃଥକ ଦୁର୍ଘଟଣାରେ ୨ ମୃତ 

0

ମୋହନା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- – ପୃଥକ ଦୁର୍ଘଟଣା ରେ ୨ ମୃତ l ଗଜପତି ଜିଲ୍ଲା ଅଡବା ଥାନା କଟାମା ଗାଁ ନିକଟରେ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି l, ମୃତକ ଜଣକ ହେଉଛନ୍ତି ଦିଗପହଣ୍ଡି ର ଟୁନା ନାୟକ l କଟlମl ଗାଁ ନିକଟରେ ରାସ୍ତା କାମ ସାରି ବିଳମ୍ବିତ ରାତିରେ ଫେରୁଥିବା ବେଳେ ରାସ୍ତା କଡ଼କୁ ଓଲଟି ପଡିଛି ଟ୍ରାକ୍ଟର l ସେହିପରି ମୋହନା ଥାନା ମେରାପଲି ଗାଁ ନିକଟରେ ବାଇକ କୁ ଚାପିଲା ହାଇୱା l ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀ ଙ୍କ ମୃତ୍ୟୁ ଘଟିଛି l ତେବେ ମୃତକଙ୍କ ପରିଚୟ ମିଳିନି l ବିଳମ୍ବିତ ରାତିରେ ହାଇୱା ଗାଡି ମଧୁରଆମ୍ବ ରୁ ମୋହନା ଆସୁଥିଲା l ଏହି ସମୟରେ ଏକ ବାଇକ ରେ ଜଣେ ବ୍ୟକ୍ତି ବିପରୀତ ଦିଗରୁ ଯିବାବେଳେ ହାଇୱା ସହ ମୁହାଁ ମୁହିଁ ଧକ୍କା ହୋଇଛି l ଉଭୟ ଘଟଣାରେ ଶବ ଜବତ କରି ତଦନ୍ତ କରୁଛି l

LEAVE A REPLY

Please enter your comment!
Please enter your name here