୨୬ ତାରିଖରେ ପ୍ରକାଶ ପାଇବ +2 ପରୀକ୍ଷା ଫଳ 

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ +2 ବା ଦ୍ୱାଦଶ ପରୀକ୍ଷା ଫଳ । ଚଳିତ ବର୍ଷ ଗୋଟିଏ ଦିନରେ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ବିଷୟ ପରୀକ୍ଷା ଫଳାଫଳ ଘୋଷଣା କରାଯିବ । ଭୁବନେଶ୍ୱର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) କାର୍ଯ୍ୟାଳୟରେ ଫଳାଫଳ ପ୍ରକାଶ କରାଯିବ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ।ତେବେ ଚଳିତ ମାସ 26 ତାରିଖରେ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ । ପରୀକ୍ଷା ଫଳାଫଳକୁ www.orissaresults.nic.inରେ ମଧ୍ୟ ଦେଖିପାରିବେ ଛାତ୍ରଛାତ୍ରୀ । ଏହାସହ ଛାତ୍ରଛାତ୍ରୀ ସେମାନଙ୍କର ବିଦ୍ୟାଳୟ ଇସ୍ପେସ୍ (HS School e-space) ଓ ଡିଜିଲକର୍ (Digilocker) ମାଧ୍ୟମରେ ମଧ୍ୟ ଫଳାଫଳ ଜାଣିପାରିବେ । ଏକା ସାଙ୍ଗରେ ବାହାରିବ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଫଳାଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ରେଜଲ୍ଟ ପ୍ରକାଶ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଯେଭଳି ଭାବରେ ପିଲାମାନେ କୌଣସି ସୁବିଧାର ସମ୍ମୁଖୀନ ନହେବ ସେନେଇ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି ।୨୫୦ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ସେଥିରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ଜଣ ଏବଂ ଏକ୍ସ ରେଗୁଲାର ୨୬ ହଜାର ୫୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ମୋଟ ୨୭ ଲକ୍ଷ ଖାତା ମୂଲ୍ୟାୟନ ହୋଇଥିବା ବେଳେ ସେଥିରୁ ଅନ୍‌ଲାଇନ୍‌ରେ ୯ ଲକ୍ଷ ଏବଂ ଅଫ୍‌ଲାଇନରେ ୧୮ ଲକ୍ଷ ଖାତା ମୂଲ୍ୟାୟନ କରାଯାଇଛି ।

ଏପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୨୦୨୪-୨୫ ଶିକ୍ଷା ବର୍ଷ ଆଗୁଆ ଆରମ୍ଭ ହେବ । ଧାର୍ଯ୍ୟ ସମୟ ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମ ଆଗୁଆ କରିବାକୁ ଯୋଜନା ପ୍ରସ୍ତୁତ କରିଛି ପରିଷଦ । ପ୍ରତି ବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରେ ଥିଓରୀ ପେପର ପରୀକ୍ଷା କରାଯାଉଥିବା ବେଳେ ଚଳିତ ଶିକ୍ଷାବର୍ଷରୁ ଆଗୁଆ ୧୫ ଦିନ ପୂର୍ବରୁ ପରୀକ୍ଷା କରାଯିବ । ଅର୍ଥାତ ଫେବୃଆରୀ ଦ୍ଵିତୀୟ ସପ୍ତାହ କିମ୍ବା ତୃତୀୟ ସପ୍ତାହରେ ପରୀକ୍ଷା କରାଯିବ ।ସେହିପରି ଭାବରେ ପ୍ରତ୍ୟେକ ବର୍ଷ ଫେବୃଆରୀ ମାସରେ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା କରାଯାଇଥାଏ । କିନ୍ତୁ ଚଳିତ ଶିକ୍ଷା ବର୍ଷରେ ଜାନୁଆରୀ ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ୍ ପରୀକ୍ଷା ହେବ । ତେବେ ଏକାସାଙ୍ଗରେ ସମସ୍ତ ବିଭାଗର ପରୀକ୍ଷା କରିବାକୁ ପରିଷଦ ନିଷ୍ପତ୍ତି ନେଇଛି ।

LEAVE A REPLY

Please enter your comment!
Please enter your name here