୨ IASଙ୍କୁ ନିର୍ବାଚନ କମିଶନର୍ ଭାବେ ମିଳିଲା ନିଯୁକ୍ତ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ନିଯୁକ୍ତ ହେଲେ ଦେଶର ଦୁଇ ନିର୍ବାଚନ କମିଶନର୍ । ସୁଖବୀର ସିଂ ସାନ୍ଧୁ ଓ ଜ୍ଞାନେଶ କୁମାର ନୂଆ ଇଲେକ୍ସନ କମିଶନର । ଖାଲି ପଡିଥିବା ଦୁଇ ନିର୍ବାଚନ କମିଶନର ପଦବୀରେ ଏମାନଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାନ୍ଧୁ ଓ କୁମାରଙ୍କ ନାଁରେ ମୋହର ବାଜିଛି । ୨୧୨ଜଣଙ୍କ ନାଁ ପ୍ରସ୍ତାବ ଦିଆଯାଇଥିଲା । ତେବେ ନାଁ ଘୋଷଣା ପୂର୍ବରୁ ଲୋକସଭାର ବିରୋଧୀଦଳ ନେତା ଅଧିର ରଂଜନ ଚୌଧୁରୀ ଏମାନଙ୍କ ନାଁ ପ୍ରଘଟ କରିବା ଘଟଣା ଚର୍ଚ୍ଚାରେ ରହିଛି । ସୂଚନା ଅନୁସାରେ ଆଜିର ବୈଠକରେ ଅଧୀର ରଂଜନ ଚୌଧୁରୀ ଓ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ । ବୈଠକରେ ସରିବା ପରେ କୌଣସି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇନଥିଲା କିନ୍ତୁ ତା ପୂର୍ବରୁ ଅଧୀର ରଂଜନ ଚୌଧୁରୀ ନବନିଯୁକ୍ତି କମିଶନନଙ୍କ ନାଁ ପ୍ରଘଟ କରିଥିଲେ । ଯାହା ଚର୍ଚ୍ଚା ସାଉଁଟିଥିଲା । ନିର୍ବାଚନ କମିଶନରେ ୩ ଜଣ ସଭ୍ୟ ଥାଆନ୍ତି ।

ରାଜୀବ କୁମାର ମୁଖ୍ୟ ନିର୍ବାଚନ କମିଶନର୍ ଥିବା ବେଳେ ବାକି ୨ଟି ପଦବୀ ଖାଲି ପଡ଼ିଥିଲା । ଗତ ବର୍ଷ ମାର୍ଚ୍ଚରେ ସୁପ୍ରମକୋର୍ଟ ନିର୍ଦ୍ଦେଶ ଦେଇଥିଲେ, ନିର୍ବାଚନ କମିଶନରଙ୍କ ଚୟନ ପ୍ୟାନେଲରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ପ୍ରଧାନ ବିଚାରପତି ରହିବେ। ସେହି ନିୟମକୁ ବଦଳାଇଛନ୍ତି କେନ୍ଦ୍ର ସରକାର। ପ୍ରଧାନ ବିଚାରପତିଙ୍କ ବଦଳରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ମନୋନୀତ ଜଣେ କେନ୍ଦ୍ର ମନ୍ତ୍ରୀ ପ୍ୟାନେଲରେ ରହିବେ।

LEAVE A REPLY

Please enter your comment!
Please enter your name here