ଅଜଣା ଗାଡି ଧକ୍କାରେ ୨ ସ୍କୁଟି ଆରୋହୀ ମୃତ ଓ ଜଣେ ଗୁରୁତର

0

କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ତଡୁଆବାହାଳ ନିକଟରେ ଆଜି ଏକ ଅଜଣା ଟ୍ରକ ସ୍କୁଟିକୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଛି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସ୍କୁଟିରେ ଯାଉଥିବା ବିଲେଇପଦା କାରଣସାହିର ନିରଞ୍ଜନ ମଲ୍ଲିକ ଓ ଦାମପୁର ଅଞ୍ଚଳର ସଚିନ ମହାକୁଡ଼ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିବା ବେଳେ କଣ୍ଡରା ଅଞ୍ଚଳର ମୁନା ମହାକୁଡ଼ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଚମ୍ପୁଆ ଓ ପରେ କେନ୍ଦୁଝର ମେଡିକାଲ ସ୍ଥାନାନ୍ତର କରା ଯାଇଥିବା ଜଣା ପଡିଛି।

ଦୁର୍ଘଟଣା ଘଟାଇ ଟ୍ରକ୍ ଫେରାର ହୋଇ ଯାଇଥିବା ବେଳେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ଚମ୍ପୁଆ ପେlଲିସ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।

LEAVE A REPLY

Please enter your comment!
Please enter your name here